Categories: ଜାତୀୟ

ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍‌ ଟପିବାର ସମ୍ଭାବନା ରହିଛି। ଏହାଦ୍ୱାରା ସଙ୍କଟ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ଏମ୍‌.ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ଯେ, ଏପ୍ରିଲ୍‌ ମାସରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ତାପମାତ୍ରା ଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ମେ’ରେ ତାପମାତ୍ରା ବୃଦ୍ଧି ପାଇ ୫୦ ଡିଗ୍ରୀ ଉପରେ ରହିବ। ତେବେ ବର୍ତ୍ତମାନର ତାପମାତ୍ରାର ବଢ଼ନ୍ତା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପୂର୍ବାନୁମାନ କରାଯାଇଥିବା ସେ କହିଛନ୍ତି।

ସାଧାରଣତଃ ମେ’ ମାସରେ ଅଧିକ ତାତି ଅନୁଭୁତ ହୋଇଥାଏ। ମାତ୍ର ଚଳିତ ବର୍ଷ ଏହି ମାସରେ ଦେଶର ବହୁ ଅଞ୍ଚଳରେ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଦୃଷ୍ଟିଗୋଚର ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Share