ଖସୁଛି ତାପମାତ୍ରା, ବୃଦ୍ଧି ପାଉଛି ଶୀତ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି ରାତିରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ୩ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀକୁ ପୁଣି ଥରେ ଖସିଛି। ରାତି ୧୦ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡୁଛି। ଅନେକ ଶୀତର ଆଗମନକୁ ସ୍ବାଗତ କରି ମଜା ଉଠାଉଥିବା ବେଳେ ଗରିବ ଲୋକମାନେ ଶୀତ ଯୋଗୁ ଚିନ୍ତାରେ ରହୁଛନ୍ତି। ଗ୍ରାମାଞ୍ଚଳ ତଥା ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ସନ୍ଧ୍ୟା ହେଲେ ଲୋକମାନେ ପଦାକୁ ବାହାରୁନାହାନ୍ତି। ମାଟିଘରେ ରହୁଥିବା ଗରିବ ବନବାସୀମାନେ ଥଣ୍ଡାର ପ୍ରକୋପରେ ଭଲ ଭାବରେ ଶୋଇ ପାରୁନାହାନ୍ତି। ଶୀତରୁ ମୁକ୍ତି ପାଇବା ପାଇଁ ନିଆଁ ଜଳାଇ ବସି ରହୁଛନ୍ତି। ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଯୋଡ଼ା, ଝୁମ୍ପୁରା, ପାଟଣା, ଚମ୍ପୁଆ ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହେଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦେବା ସହ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ଗରିବମାନେ ଅଧିକ ଅସୁବିଧା ଭୋଗୁଛନ୍ତି ବୋଲି ବାଂଶପାଳ ବ୍ଲକ ଅଞ୍ଚଳର ସାମାଜିକ କର୍ମୀ ତଥା ଆଇନଜୀବୀ ଦୈତାରୀ ଆପଟ କହିଛନ୍ତି। କେତେକ ସ୍ବେଚ୍ଛାସେବୀ ଓ ସଂଗଠନ ଗରିବ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ଆଦି ବଣ୍ଟନ କରୁଥିଲେ ହେଁ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ୟୁଜିସି ବିଲ୍‌କୁ ବିରୋଧ: ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ପଦ୍ମପୁର,୯।୨(ପ୍ରଦୀପ୍ତ ଦାଶ): ସାରା ଦେଶରେ ୟୁଜିସି ବିଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସୋମବାର ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri