ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌

ଭୁବନେଶ୍ୱର,୧୮।୪: ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ରାଜ୍ୟରେ ସକାଳ ୯ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା ଟପିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ଅନୁଯାୟୀ, ଭୁବନେଶ୍ୱରରେ ୪୦.୪ ଡିଗ୍ରୀ, ଝାରସୁଗୁଡାରେ ୪୦.୨, କେନ୍ଦୁଝରରେ ୩୯.୨, ସମ୍ବଲପୁରରେ ୩୮.୬, ହୀରାକୁଦରେ ୩୭.୪,ଚାନ୍ଦବାଲିରେ ୩୭.୦, ବାଲେଶ୍ୱରରେ ୩୬.୪, ଗୋପାଳପୁରରେ ୩୪.୬, ପୁରୀରେ ୩୪.୨, ପାରାଦୀପରେ ୨୮.୦ ଡିଗ୍ରୀ ରେକର୍ଡ କରାଯାଇଛି।