ବ୍ରିଟେନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଲଣ୍ଡନ,୨୦ା୭: ବ୍ରିଟେନରେ ଜାରି ରହିଥିବା ଗ୍ରୀଷ୍ମଲହର ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଏହି ୟୁରୋପୀୟ ଦେଶରେ ତାପମାତ୍ରା ୪୦ଡିଗ୍ରୀ ଟପିଛି। ମଙ୍ଗଳବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀରେ ପହଞ୍ଚିଛି। ପୂର୍ବରୁ ୨୦୧୯ରେ ବ୍ରିଟେନରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ସେହିପରି ରାତି ତାପମାତ୍ରା ମଧ୍ୟ ସର୍ବକାଳୀନ ରେକର୍ଡ କରି ପାରଦ ୨୬ ଡିଗ୍ରୀ ସେଲ୍‌ସିୟସ୍‌କୁ ବଢ଼ିଛି। କେନ୍ଦ୍ର, ଉତ୍ତର ଏବଂ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ସ୍ଥାନୀୟ ପାଣିପାଗ ଅଫିସ୍‌ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି ହୋଇଛି। ତାତିରୁ ନିସ୍ତାର ପାଇଁ ନଦୀ ଓ ହ୍ରଦରେ ବୁଡ଼ ମାରୁଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଶୀତରୁ ରକ୍ଷା ପାଇବା ପାଇଁ ଦେଶର ଭିତ୍ତିଭୂମିଗୁଡ଼ିକ ନିର୍ମାଣ ହୋଇଥିବାବେଳେ ତାତିରୁ ତ୍ରାହି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।
ବୃଦ୍ଧି ଯୋଗୁ ଦକ୍ଷିଣ ଇଂଲଣ୍ଡରେ କେତେକ ଜଙ୍ଗଲରେ ନିଅଁ। ଲାଗିଯାଇଛି। ନିଅଁ। ଲିଭା କାର୍ଯ୍ୟରେ ୧୫ଟି ଫାୟାର ଇଞ୍ଜିନ୍‌ ଏବଂ ଶତାଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ଜଙ୍ଗଲରୁ ନିଅଁ। ଧାସ ଉଡି ପୂର୍ବ ଲଣ୍ଡନର ଓ୍ବେନିଂଟନ୍‌ରେ ୫ଟି ଘର ଜଳିଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ କର୍ମଚାରୀମାନେ କାର୍ଯ୍ୟାଳୟକୁ ନ ଯାଇ ଘରୁ କାର୍ଯ୍ୟ କରୁଥିବା ଜଣାପଡିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ଯେ ଆସନ୍ତା ଦିନଗୁଡିକରେ ତାପମାତ୍ରା ୪୩ ଡିଗ୍ରୀରୁ ଅତିକ୍ରମ କରିବ। ଜନସାଧାରଣ ସ୍ଥିତିକୁ ଦେଖି ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି।

Share