ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଶ୍ରାବଣୀଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଦେବରାଜ ରେଡ୍ଡୀଙ୍କ ନିର୍ଯାତନା ଯୋଗୁ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି।  ଟିକ୍‌ଟକ୍‌ ଜରିଆରେ ଦେବରାଜଙ୍କୁ ଭେଟିଥିଲେ ଶ୍ରାବଣୀ। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ଶ୍ରାବଣୀ ଚିନ୍ତିତ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଶ୍ରାବଣୀ ଗତ ୮ ବର୍ଷ ଧରି ତେଲୁଗୁ ସିରିୟଲରେ ଅଭିନୟ କରୁଛନ୍ତି। ଶ୍ରାବଣୀଙ୍କ ମୌନରାଗମ ଏବଂ ମନସୁ ମମତା ଭଳି ଅନେକ ହିଟ୍‌ ସିରିଏଲରେ କାମ କରିଥିଲେ।

Share