କରୋନା ମଧ୍ୟରେ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

କରୋନା ଭୟ ମଧ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ନିତିନ ରବିବାର ରାତିରେ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶାଲିନୀ କାଣ୍ଡୁକୁରୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ସମାରୋହରେ ନିତିନ-ଶାଲିନିଙ୍କର ଏହି ବିବାହ ଅନୁଷ୍ଠିତ ହୋଇଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହର କିଛି ଫଟୋ ଏବେ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବେ ସେମାନଙ୍କ ନିର୍ବନ୍ଧ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।
ବିବାହ ଫଟୋରେ ନିତିନ ଗୋଲାପୀ ରଙ୍ଗର ଶେରଓ୍ବାନୀ ପିନ୍ଧିଥିବା ବେଳେ ଶାଲିନୀ ପୋଲାପୀ ଏବଂ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। ଫଟୋରେ ଉଭୟ ବରମାଳା ପିନ୍ଧିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ନିତିନିଙ୍କ ଅଭିନନ୍ଦନ ଜଶଉଛନ୍ତି।

Share