ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍ଶାହା, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନୀ ହୋଷ୍ଟ କରିଥିଲେ। ହେଲେ ଏବେ କିଛି ସମୟ ପୂର୍ବରୁ ବିଶାଲ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ୬ ବର୍ଷ ପରେ ସେ ହଠାତ୍ ଶୋ’ ଛାଡ଼ୁଥିବାରୁ ପ୍ରଶଂସକ ଏବଂ ଦର୍ଶକ ଚକିତ ହୋଇଛନ୍ତି।
ଏଯାବତ ବିଶାଲ ‘ଇଣ୍ଡିଆନ ଆଇଡଲ୍’ର ୬ ସିଜନ ହୋଷ୍ଟ କରିଛନ୍ତି। ପ୍ରାରମ୍ଭିକ ଦିନରେ ସେ ନେହା କକ୍କର ଏବଂ ହିମେଶ ରେଶମିୟାଙ୍କ ସହ ହୋଷ୍ଟ କରିଥିଲେ। ଏବେ ସେ ଶୋ’ରୁ ବିଦାୟ ନେଇ କହିଛନ୍ତି, ବିଚାରପତି ଭାବେ ଏହାର ମୋର ଅନ୍ତିମ ସିଜନ ଥିଲା। ସମସ୍ତଙ୍କୁ ବିଦାୟ ଜଣାଉଛି। ଆଶା କରୁଛି ଶୋ’ ମୋତେ ସେତିକି ମନେ ପକାଇବ ଯେତିକି ମୁଁ ମନେ ପକାଇବି। । ଅଧିକାରଠାରୁ ଅଧିକ ଭଲପାଇବା ମୋତେ ମିଳିଛି। ଏବେ ସମୟ ଆସିଯାଇଛି ଯେ ମୁଁ ସଂଗୀତ ପ୍ରସ୍ତୁତ କରିବି, କନସର୍ଟ କରିବି ଏବଂ ବିନା ମେକ୍ଅପ୍ରେ ରହିବି ବୋଲି ସେ କହିଛନ୍ତି।
View this post on Instagram
ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୋଷ୍ଟରେ ଆଦିତ୍ୟ ନାରାୟଣ ପ୍ରତିକ୍ରିୟା ଦେଇ କହିଛନ୍ତି, ଏକ ଯୁଗର ଅନ୍ତ। ବିଶାଲ ଆପଣଙ୍କ ବିନା ଏହି ଶୋ’ କିଭଳି ଚାଲିବ। ଆପଣଙ୍କ ସହ ବିତାଇଥିବା ସମୟ ପାଇଁ ଋଣି ରହିବି।
ତେବେ ୨୦୦୪ରେ ଶୋ’ର ପ୍ରଥମ ସିଜନ ଲଞ୍ଚ ହୋଇଥିଲା। ଏହାକୁ ପ୍ରଶଂସକ ବହୁତ ଭଲପାଇବା ଦେଇଥାନ୍ତି।


