ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସମ୍ପ୍ରତି ଆୟଶା ଖାନ୍‌ଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ଭାଇରାଲ ହୋଇଥିବା ଫଟୋଗୁଡ଼ିକରେ ଆୟଶା ଜଣେ ମିଷ୍ଟ୍ରି ମ୍ୟାନ (ଅଜଣା ବ୍ୟକ୍ତି)ଙ୍କ ସହିତ ଅତି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ବିଶେଷ କଥା ହେଉଛି, ଆୟଶା ଏହି ଫଟୋଗୁଡ଼ିକରେ ନିଜ ହାତର ଡାଇମଣ୍ଡ ମୁଦିକୁ ମଧ୍ୟ ଖୁବ ଫ୍ଲଟ କରୁଥିବା ଦେଖିବାକୁ ମିଳିଛି।  ଯାହାପରେ ତାଙ୍କର ନିର୍ବନ୍ଧ ହୋଇଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ସେ ଏହି ଫଟୋଗୁଡ଼ିକୁ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, “ଏକ ସ୍ବପ୍ନ।”
ତେବେ ଖବର ଅନୁଯାୟୀ, ଆୟଶାଙ୍କ ଏହି ଫଟୋଗୁଡ଼ିକ ତାଙ୍କର ପ୍ରକୃତ ନିର୍ବନ୍ଧ ସହ ଜଡିତ ନୁହେଁ। ବରଂ ଏହା ଏକ ପ୍ରସିଦ୍ଧ ଡାଇମଣ୍ଡ ବ୍ରାଣ୍ଡର ପ୍ରମୋସନ( ବ୍ୟବସାୟିକ ପ୍ରଚାର) ପାଇଁ ଉତ୍ତୋଳନ କରାଯାଇଛି। ଏହି ଫଟୋଗୁଡ଼ିକ ପ୍ରଶଂସକଙ୍କ ମଧ୍ୟରେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲା। ପୂର୍ବରୁ ମଧ୍ୟ ଜାସ୍ମିନ ଭସିନ, ଶିବାଙ୍ଗୀ ଯୋଶୀ, ତେଜସୱୀ ପ୍ରକାଶ, ମଲାଇକା ଅରୋରା ଏବଂ ହିନା ଖାନ ଭଳି ଅନେକ ତାରକା ଏଭଳି ପ୍ରମୋଶନାଲ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଚକିତ କରିସାରିଛନ୍ତି।
Dharitri – Odisha’s No.1 Odia Daily

Share