ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ଉଦ୍‌ଘାଟିତ

ସୋନପୁର,୧୧।୧୧(ନି.ପ୍ର.): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶଙ୍କ ଦ୍ୱାରା ସୋନପୁରଠାରେ ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମ ଆୟୁକ୍ତ ଦାଶ ଏହା ଭିନ୍ନକ୍ଷମଙ୍କ ପାଇଁ ଏକ ଭିନ୍ନ ପ୍ରୟାସ ତଥା ଏକ ନିଆରା କାର୍ଯ୍ୟକ୍ରମ ବୋଲି କହିଥିଲେ। ମାତାପିତାମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ଜାଣି ନିୟମିତ ଉପଯୋଗ କଲେ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପକୃତ ହୋଇପାରିବେ ବୋଲି ସେ ମତପ୍ରକାଶ କରିଥିଲେ। ଭିନ୍ନକ୍ଷମମାନେ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଲେ ସ୍ବେଚ୍ଛାସେବୀ ସଂଗଠନର ସହାୟତା କିମ୍ବା ସିଧାସଳଖ ଆୟୋଗ ସହ ଯୋଗାଯୋଗ କରିବାକୁ କହିଥିଲେ। ଏହି ଅବସରରେ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ୧୭ ଜଣ ମାନସିକ ଏବଂ ବୌଦ୍ଧିକ ଭିନ୍ନକ୍ଷମଙ୍କୁ ସ୍ମାର୍ଟଫୋନ ପ୍ରଦାନ କରାଯାଇଥିଲା। ସେହିପରି ଗତ ଦଶମ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ପୂଜା ରାଉତ, ସୋମନାଥ ଦାଶ ଓ ଫିଲିପ ନାଗଙ୍କୁ ଆୟୁକ୍ତଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ସାମାଜିକ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଦ୍ୱାରା ଭିନ୍ନକ୍ଷମ ଶିଶୁଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ବିତ କରିବ ବୋଲି କହିଥିଲେ। ଭିନ୍ନକ୍ଷମ ଆୟୁକ୍ତଙ୍କ ପରାମର୍ଶଦାତା ଘାସିରାମ ପଣ୍ଡା, ଭିନ୍ନକ୍ଷମ ଓ ଅଭିଭାବକ ସଂଘ ସଭାପତି ତଥା ରେଆରର ବୋର୍ଡ ସଦସ୍ୟ ସୌଦାଗର ପାତ୍ର ଓ ସୌଦାମିନି ଜେନା ଉପସ୍ଥିତ ଥିଲେ। ଉପସଭାନେତ୍ରୀ ପଦ୍ମିନି ବକ୍ସି ସଭାରେ ଅଧ୍ୟକ୍ଷତା କରିଥିଲେ। ଅନଙ୍ଗ ନେଗୀ ସ୍ବାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଞ୍ଜଳି ନେଗୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଭୌତିକ ଚିକିତ୍ସକ ଡାକ୍ତର ବାଳକୃଷ୍ଣ କୁମ୍ଭାର, ଭୁବନଲାଲ ସତକାମି, ବ୍ୟବସାୟିକ ଚିକିତ୍ସିକା ଡାକ୍ତର ମିତାଲି ଶୁଭଦର୍ଶନୀ ସାହୁ, ଜ୍ୟୋତି ପ୍ରକାଶ ମିଶ୍ର ଓ ରଶ୍ମିତା ବାରିକ ସହଯୋଗ କରିଥିଲେ । ରାଷ୍ଟ୍ରୀୟ ନ୍ୟାସ ନୂଆଦିଲ୍ଳୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ରେଆର ପରିଚାଳିତ ସୋନପୁର ଡେ କେଆର ଥେରାପି କେନ୍ଦ୍ର ଏବଂ ଦିଶା ତଥା ବିକାଶ କେନ୍ଦ୍ରରେ ଅପହଞ୍ଚ ଅଞ୍ଚଳରେ ରହୁଥିବା ମାନସିକ ଏବଂ ବୌଦ୍ଧିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅନଲାଇନ ମାଧ୍ୟମରେ ଭୌତିକ ଚିକିତ୍ସା, ବ୍ୟବସାୟିକ ଚିକିତ୍ସା, ବାକ୍‌ଶିକ୍ଷା ଏବଂ ସ୍ବତନ୍ତ୍ର ଶିକ୍ଷା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri