ଟେଲିଫୋନ୍‌ ଆସିଲାଣି

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗତ ୧୬ ତାରିଖରେ ଘର ଜବର ଦଖଲକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣା ବର୍ତ୍ତମାନ ବିଭିନ୍ନ ସ୍ତରରେ ହଟଚମଟ ଆରମ୍ଭ କରିଦେଲାଣି। ସବୁ ନେତାଙ୍କ ଘରେ ଏବେ ଏଇ ଗୋଟିଏ ଚର୍ଚ୍ଚା। କାରଣ ଘଟଣାରେ ପୂର୍ବତନ ବିଧାୟକ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ଝିଅ ତଥା ଭାଜପା ନେତ୍ରୀ ଉପାସନା ମହାପାତ୍ର ତାଙ୍କ ସ୍ବାମୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ ବିଧାୟକ ଦିଲୀପ ରାୟଙ୍କ ଭିଣୋଇ ବିଜୟ ନାୟକ ଏବଂ ଭଉଣୀ ସଂଯୁକ୍ତା ନାୟକଙ୍କ ସମେତ ମାହାଙ୍ଗାରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ ପ୍ରମୁଖ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏମାନେ ସମସ୍ତେ ପ୍ରାୟ ଓଡିଶାର ଜଣାଶୁଣା ଚେହେରା ହୋଇଥିବା ବେଳେ ସେମାନଙ୍କୁ ଏହି ଘଟଣାରୁ ଖସାଇ ଦେବାକୁ ସବୁଆଡୁ ଏବେ ବାରମ୍ବାର ଟେଲିଫୋନ ଆସିବା ଆରମ୍ଭ ହୋଇଗଲାଣି। ନିଜ ନିଜର ସମ୍ପର୍କୀୟଙ୍କୁ ଖସାଇ ଦେବା ଲାଗି ବଡ ବଡ ହସ୍ତୀମାନେ ସିଧାସଳଖ ନିଜକୁ ଏଥିରୁ ନିବୃତ ରଖି ଟେଲିଫୋନର ସହାୟତା ନେଉଛନ୍ତି। ଏହାଦ୍ୱାରା ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ହସ୍ତକ୍ଷେପ କରିବାକୁ ଚାପ ପକାଉଥିବା ଶୁଣିବାକୁ ମିଳୁଛି। ଏହି ଘଟଣାରେ ନିର୍ଦ୍ଦିଷ୍ଟ କୌଣସି ଗୋଷ୍ଠୀ ନୁହେଁ ବରଂ ସବୁ ଦଳର ସମ୍ପୃକ୍ତି ରହିଥିବା ଜଣାପଡିଛି। ଏହାସହ ବିଗତ ଦିନରେ ଚିଟଫଣ୍ଡ ଦୁର୍ନୀତିରେ ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ ସମେତ ନିର୍ଦ୍ଦିଷ୍ଟ କେତେଜଣ ଆଇନଜୀବୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି।
ଘଟଣା ଏମିତି ଯେ, ବିଜୟ ନାୟକଙ୍କ ନୟାପଲ୍ଲୀ ଅଞ୍ଚଳର ଆଇଆରସି ଭିଲେଜରେ ଥିବା ଘରେ (ପ୍ଲଟ ନମ୍ବର ଏନ ୩/୨୧୧) ପ୍ରଣବ ରାୟ ନାମକ ଜଣେ ବ୍ୟକ୍ତି ଭଡାରେ ରୁହନ୍ତି। ପ୍ରଣବ ରାୟଙ୍କ ସହିତ ମଧ୍ୟ ବିଜେଡରି ଆଗ ଧାଡି ନେତାଙ୍କ ଭଲ ସମ୍ପର୍କ ଅଛି। ତାଙ୍କୁ ଘରୁ ବାହାର କରିବା ପାଇଁ ବିଜୟ, ତାଙ୍କ ସ୍ତ୍ରୀଙ୍କ ସମେତ ଲୁଲୁଙ୍କ ଝିଅ ଓ ଜ୍ୱାଇଁ ସାଙ୍ଗରେ ୪୦ରୁ ଅଧିକ ଯୁବକଙ୍କୁ ଧରି ମଙ୍ଗଳବାର ଅପରାହ୍ନ ୪.୨୦ରେ ନୟାପଲ୍ଲୀରେ ପହଞ୍ଚିଲେ। ମିଳିଥିବା ସୂଚନା ମୁତାବକ ସେମାନେ ଏକ ବିଳାସପୂର୍ଣ୍ଣ ହୋଟେଲରୁ ମଦ୍ୟପାନ କରି ସେଠାରେ ଆସି ପହଞ୍ଚିଥିଲେ। ଆଉ ଏହାପରେ ପ୍ରଣବ ରହୁଥିବା ଘରର ଆସବାବପତ୍ର ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଏପରିକି ତାଙ୍କ ଘରେ ବସି ସେମାନେ ମଦ୍ୟପାନ କରିବା ପରେ ସେଠାରୁ ବହୁ ଜିନିଷପତ୍ର ବୋହି ନେଇଥିଲେ। ଏହି ଘଟଣା ଘଟୁଥିବା ବେଳେ ଏକ ପିସିଆର୍‌ ଭ୍ୟାନ ରହି ସବୁ ଦେଖୁଥିଲା। ହେଲେ ଜବରଦଖଲ ଲାଗି ଆସିଥିବା ଯୁବକମାନେ ଏହା ବବି ଦାସ(ବିଧାୟକ ପ୍ରଣବ ପ୍ରକାଶ ଦାସ)ଙ୍କ ଇଙ୍ଗିତରେ ହେଉଛି ବୋଲି ମିଛ ପ୍ରଚାର କରି ବ୍ୟସ୍ତ ହେବା ଦରକାର ନାହିଁ କହୁଥିବା ଉପସ୍ଥିତ ଲୋକମାନେ କହିଛନ୍ତି। ଏହାର କିଛି ସମୟ ପରେ ପୋଲିସ ପହଞ୍ଚିଲା ବେଳକୁ ବଡ଼ବଡ଼ିଆ ଖସି ପଳାଇଥିବା ବେଳେ ସେମାନଙ୍କ ଇଙ୍ଗିତରେ ଆସିଥିବା ୧୭ଜଣ ପୋଲିସ ହାବୁଡରେ ପଡିଯାଇଥିଲେ। ଆଶ୍ଚର୍ଯ୍ୟର କଥା ଗିରଫ ହୋଇଥିବା ୧୭ଙ୍କ ମଧ୍ୟରୁ କଂଗ୍ରେସ ନେତା, ଜଣେ ବିଜେଡି ବିଧାୟକଙ୍କ କିଛି ସମର୍ଥକ ରହିଥିବା ଜଣାପଡିଛି। ଫଳରେ ଘଟଣାକୁ ନେଇ ସବୁଆଡେ ନେତାଙ୍କ ଅକଲ ଗୁଡୁମ ହୋଇଯାଇଛି। ଏଠାରେ ନୂତନ ଭାବେ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଯେଉଁ ବଡ ବଡିଆଙ୍କ ନାମ ରହିଛି ସେମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଧରୁ ନ ଥିବାରୁ ଏହି ଘଟଣାରେ ପୋଲିସର ସମ୍ପୃକ୍ତି ଉପରେ ସନ୍ଦେହ ସୃଷ୍ଟି ହେଉଛି। ଆଉ କେତେଜଣଙ୍କ କହିବା କଥା ସେହି ବଡ ବଡିଆଙ୍କୁ ଧରିବା ଲାଗି ପୋଲିସ ଚେଷ୍ଟା ମଧ୍ୟ କରି ନାହିଁ। କାରଣ ମିଳିଥିବା ସୂଚନା ମୁତାବକ, ଘଟଣା ଘଟିବାପରେ ଘଟଣାସ୍ଥଳରୁ ଲୁଲୁଙ୍କ ଝିଅ, ଜ୍ୱାଇଁ ସେଠାରୁ ଏକ ଘରୋଇ ହୋଟେଲକୁ ଯାଇଥିଲେ। ସେଠାରୁ କେଇ ଘଣ୍ଟା ପରେ ବାହାରି କୋଲକାତା ଯାଇ ସେଠାରୁ ଦେଶ ବାହାରକୁ ଚାଲିଯାଇଛନ୍ତି। ସେମାନଙ୍କ ସହ ସାରଦା ପ୍ରଧାନ ଥିତ୍ବା ନେଇ କୁହାଯାଉଥିଲେ ମଧ୍ୟ ସେ ଓଡ଼ିଶାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଏକଥା ମଧ୍ୟ ଶାସକ ଦଳର ଟାଣୁଆ ଏବଂ ବରିଷ୍ଠ ନେତା, ମନ୍ତ୍ରୀଙ୍କ ନିକଟରୁ ଶୁଣିବାକୁ ମିଳୁଛି। ହେଲେ ସେମାନେ ଏହା ବିରୋଧରେ ସର୍ବ ସମ୍ମୁଖକୁ ଆସି କହୁନାହାନ୍ତି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଘଟଣାର କାର୍ପଟଦାରଙ୍କୁ ନ ଧରି କାହିଁକି ସେମାନଙ୍କ ସହଯୋଗୀ କେବଳ ବନ୍ଧା ହୋଇଛନ୍ତି ବୋଲି ପ୍ରଶ୍ନ ଉଠୁଛି।
ଅନ୍ୟପଟେ ସବୁବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କଥା କହି ଶାସକ ଦଳକୁ ଘେରୁଥିବା ଭାଜପା ଓ କଂଗ୍ରେସ ଏହି ଘଟଣାରେ ଏଯାବତ୍‌ ମୁହଁ ଖୋଲିନାହାନ୍ତି। ଏଥିରେ ଭାଜପାର ବହୁ ଆଗ ଧାଡିର ନେତା ସମ୍ପୃକ୍ତ ଥିବା ସତ୍ତ୍ୱେ ଶାସକ ଦଳର କୌଣସି ବିଧାୟକ, ମନ୍ତ୍ରୀ ଏବଂ ନେତା ସିଧାସଳଖ ପାଟି ଖୋଲୁନାହାନ୍ତି। କାହିଁକି ଏହି ଘଟଣାରେ ସବୁ ଦଳ ନୀରବ ଏବଂ ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ରାଜନୈତିକ ଦଳଗୁଡିକ କେତେ ଚିନ୍ତିତ ତାହା ସବୁଆଡେ ଆଲୋଚନା ହେବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ଖସାଇବାକୁ ଆସୁଥିବା ଟେଲିଫୋନ ସମସ୍ତଙ୍କୁ ନୀରବ କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ନୟାପଲ୍ଲୀ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି, ପୋଲିସ ଉକ୍ତ ମାରପିଟ୍‌ ଘଟଣାରେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସଂପୃକ୍ତ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ପୋଲିସର ଚଢାଉ ଜାରି ରହିଛି। ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri