Categories: ଜାତୀୟ

Video: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଟାୱାର ଉପରକୁ ଚଢ଼ିଗଲେ ମହିଳା, ପ୍ରଧାନମନ୍ତ୍ରୀ କହିଲେ-”ଝିଅ ତଳକୁ ଆସ”

ନୂଆଦିଲ୍ଲୀ, ୧୧।୧୧: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଏବେ ସମସ୍ତ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଜଣେ ମହିଳା ଏପରି କିଛି କରିଥିଲେ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପଡିଥିଲା। ମହିଳା ଜଣକ ନିଜର ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପାଇଁ ତାଙ୍କ ନଜରେ ଆସିବାକୁ ଚାହୁଁଥିଲେ, ଯେଉଁ କାରଣରୁ ସେ ଏହି କାର୍ଯ୍ୟ କରିଥିଲେ।

ତେବେ ଏହି ଘଟଣା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ କରିଥିଲା ଏବଂ ସେ ସମ୍ପୃକ୍ତ ମହିଳାଙ୍କୁ ତୁରନ୍ତ ଓହ୍ଲାଇ ଆସିବାକୁ କହିଥିଲେ। ଏହି ସମୟର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁଲରି ବୁଲୁଛି। ପ୍ରଧାନମନ୍ତ୍ରୀ କହିଥିଲେ କି “ଝିଅ, ତଳକୁ ଓଲ୍ହାଇ ଆସନ୍ତୁ ଆମେ ଆପଣଙ୍କ ସହ ଅଛୁ। ଏହି ତାରର ଅବସ୍ଥା ଭଲ ନୁହେଁ। ସର୍ଟ ସର୍କିଟ ହୋଇପାରେ। ଏହା କାହାକୁ ଲାଭ ଦେବ ନାହିଁ। ମୁଁ ଆପଣଙ୍କ ପାଇଁ ଆସିଛି। ମୁଁ ଆପଣଙ୍କ କଥା ଶୁଣିବି।” ପ୍ରଧାନମନ୍ତ୍ରୀ ମହିଳା ଜଣଙ୍କର ସମସ୍ୟାର ସମାଧାନ କରିବେ ପାଇଁ ଆଶ୍ୱାସନା ଦେବା ପରେ ମହିଳା ଜଣକ ରାଜି ହୋଇଥିଲେ ଆଉ ତଳକୁ ଆସିଥିଲେ।

Share