Categories: ଜାତୀୟ

ତେଲେଙ୍ଗାନାରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌, ୨୭।୨: ତେଲଙ୍ଗାନା ଓ୍ବାରାଙ୍ଗାଲର ଜଣେ ଇଞ୍ଜିନିୟରିଂ ଛାତ୍ରୀ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁରୁଷ ବନ୍ଧୁ ମୃତାଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଆଉ କେତେଜଣ ବନ୍ଧୁଙ୍କ ସହ ଶେୟାର କରିବାକୁ ନେଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଛାତ୍ରୀଙ୍କୁ ସେ ଭଲପାଉଥିଲେ। କିନ୍ତୁ ଛାତ୍ରୀଜଣକ ଅନ୍ୟଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କରେ ଆସିଥିଲେ। ଏହାକୁ ନେଇ ଛାତ୍ରୀ ଓ ତାଙ୍କୁ ପ୍ରେମ କରୁଥିବା ବନ୍ଧୁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ପରେ ଛାତ୍ରୀଙ୍କ ବନ୍ଧୁ ସେମାନଙ୍କର କିଛି ଆପତ୍ତିଜନକ ଫଟୋ ଅନ୍ୟ ବନ୍ଧୁଙ୍କୁ ଶେୟାର କରିଥିଲେ। ଏ କଥା ଜାଣିବା ପରେ ଛାତ୍ରୀ ରବିବାର ସନ୍ଧ୍ୟାରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀଙ୍କ ଘରଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

 

Share