Categories: ଜାତୀୟ

ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ

ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିିଳିଯାଇଛି। ଏଣିକି ଔପଚାରିକ ଭାବେ ଟିଆରଏସ୍‌ର ନାମ ବିଆର୍‌ଏସ୍‌ ହୋଇଛି। ଏହାର ନାମ ପରିବର୍ତ୍ତନ ପାଇଁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭା ବୈଠକରେ ନିଆଯାଇଥିଲା। ଏନେଇ ଟିଆର୍‌ଏସ୍‌ର ଜେନେରାଲ ବଡି ଏକ ପ୍ରସ୍ତାବ ପାରିତ କରିଥିଲା। ଏହାକୁ ନେଇ ଏକ ଚିଠି ନିର୍ବାଚନ କମିଶନଙ୍କୁ ମଧ୍ୟ ପଠାଯାଇଥିଲା। ଯାହାକୁ ଏବେ ନିର୍ବାଚନ କମିଶନ ସ୍ବୀକାର କରିନେଇଛନ୍ତି। ଏହି ନିଷ୍ପତ୍ତି ପରେ ଦଳର କର୍ମକର୍ତ୍ତା ଖୁସିରେ ଉତ୍ସବ ମନାଇଛନ୍ତି।

Share