Posted inଜାତୀୟ

ଭୋଟ ପୂର୍ବରୁ ତେଲଙ୍ଗାନା ରଚିଲା ଇତିହାସ, ରାଜ୍ୟରେ ପୁରୁଷଙ୍କୁ ଟପିଲେ ମହିଳା ଭୋଟର…

ହାଇଦ୍ରାବାଦ,୧୩।୧୧ : ତେଲଙ୍ଗାନା ବିଧାନସଭା ନିବ;ାଚନ ପୂର୍ବରୁ ବଡ ଖବର ଆସିଛି। ରାଜ୍ୟରେ ଇତିହାସ ସୃଷ୍ଟି ହୋଇଛି। ତେଲଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ମହିଳା ଭୋଟର ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ଅଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଭୋଟ ଚଳିତ ମାସ ୩୦ରେ ତେଲଙ୍ଗାନାରେ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ କମିଶନ ତେଲଙ୍ଗାନାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନିର୍ବାଚନ ଲିଙ୍ଗ ଅନୁପାତ ୧୦୦୦ : ୧୦୦୦.୨ରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୧୦୦୦ : ୯୯୨ ଥିଲା, ଗତ ମାସରେ ଏହା ୧୦୦୦ : ୯୯୮ କୁ ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଏହା ୧୦୦୦ : ୧୦୦୦.୨ ହୋଇଛି। ଅର୍ଥାତ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୧୦୦୦.୨ ହୋଇଛି।

 

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ଚୂଡାନ୍ତ ପ୍ରକ୍ରିୟା ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ଏହା କୁହାଯାଇଛି ଭୋଟର ପଞ୍ଜୀକରଣ, ଭୋଟ ସ୍ଥାନାନ୍ତର, ନାମ ଯୋଡିବା ଏବଂ ବିଲୋପ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥିବା ସବିଶେଷ ତଥ୍ୟର ସଂଶୋଧନ ପରେ ଅନ୍ତିମ ତାଲିକା ପ୍ରସ୍ତୁତ କରାଯାଇଛି ।

ନିର୍ବାଚନ ଅଧିକାରୀ କହିଛନ୍ତି ଭୋଟର ତାଲିକାରେ ୩୫ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ନାମ ଯୋଡା ଯାଇଛି। ଏଥିସହିତ ପ୍ରାୟ ୯ ଲକ୍ଷ ଲୋକଙ୍କ ନାମ ହଟାଯାଇଛି। ସେଠାରେ ପ୍ରାୟ ୧୬ ଲକ୍ଷ ନାମ ରହିଛି ଯେଉଁମାନେ ସେମାନଙ୍କର ଭୋଟ ଠିକଣା ପରିବର୍ତ୍ତନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ବର୍ତ୍ତମାନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଆଉ କୌଣସି ଆବେଦନ ଉପରେ ବିଚାର କରାଯିବ ନାହିଁ ।

ଅନ୍ତିମ ଭୋଟର ତାଲିକା ଅନୁଯାୟୀ ତେଲଙ୍ଗାନାରେ ସମୁଦାୟ ୩କୋଟି ୨୬ ଲକ୍ଷ ୧୮ ହଜାର ୨୦୫ଭୋଟର ଅଛନ୍ତି। ଏଥିମଧ୍ୟରେ୧ କୋଟି ୬୨ ଲକ୍ଷ ୯୮ ହଜାର ୪୧୮ ପୁରୁଷ ଏବଂ୧ କୋଟି ୬୩ ଲକ୍ଷ୧ ହଜାର ୭୦୫ ମହିଳା ଅନ୍ତର୍ଭୁକ୍ତ। ତେଲେଙ୍ଗାନାରେ, ତୃତୀୟ ଲିଙ୍ଗର ୨,୬୭୬ ଭୋଟର ପଞ୍ଜିକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri