Categories: ଜାତୀୟ

ତେଲେଙ୍ଗାନାରେ ପ୍ରଥମଥର ବିବାହ କଲେ ସମଲିଙ୍ଗୀ ଯୋଡି

ହାଇଦ୍ରାବାଦ,୨୦।୧୨: ତେଲେଙ୍ଗାନାରେ ପ୍ରଥମଥର ସମଲିଙ୍ଗୀ ଯୋଡି ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାୟ ଏକ ଦଶନ୍ଧି ଧରି ପ୍ରେମ ସମ୍ପର୍କରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିୟୋ କହିଛନ୍ତି ଯେ, ସେମାନଙ୍କ ବିବାହ ସମସ୍ତଙ୍କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି ଯେ, ଖୁସି ହେବା ପାଇଁ କାହାର ଅନୁମତି ଦରକାର ନାହିଁ। ଯଦିଓ ଆମ ବିବାହ ପଞ୍ଜୀକୃତ ହୋଇପାରିବ ନାହିଁ, ତଥାପି ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଏହି ସମାରୋହରେ ଏକାଠି ହୋଇଥିବାରୁ ଆମେ ଦୁହେଁ ଖୁସି ବୋଲି ସେ କହିଛନ୍ତି। ସୁପ୍ରିଓ (୩୧) ଏବଂ ଅଭୟ (୩୪) ପରସ୍ପରକୁ ରିଙ୍ଗ ପିନ୍ଧାଇବା ଥିଲେ। ଏକ ରିସୋର୍ଟରେ ତାଙ୍କ ବିବାହ ସମାରୋହ ଆୟୋଜିତ ହୋଇଥିଲା।
ସୁପ୍ରିୟୋ ହୋଟେଲ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବାବେଳେ ଅଭୟ ସୂଚନା ପ୍ରଯୁକ୍ତିବିଦ୍ୟାରେ କାର୍ଯ୍ୟ କରୁଛନ୍ତି। ୨୦୧୨ମସିହାରେ ଏକ ଅନଲାଇନ ଡେଟିଂ ଆପ ଜରିଆରେ ଦୁହେଁ ସାକ୍ଷାତ ହୋଇଥିଲେ ଏବଂ ସେବେଠାରୁ ଏକାଠି ରହୁଥିଲେ।

Share