Categories: ଜାତୀୟ

ହସ୍ପିଟାଲରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ, ୧୨ା୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ତାଙ୍କୁ ଏଆଇଜି ସୁପରସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ କେସିଆର୍‌ଙ୍କ ସିଟି ସ୍କାନ୍‌ ଓ ଏଣ୍ଡୋସ୍କୋପି କରାଯାଇଥିଲା। ରିପୋର୍ଟରେ ପାକସ୍ଥଳୀରେ ସାମାନ୍ୟ ଅଲ୍‌ସର ହୋଇଥିବା ଜଣାପଡ଼ିଛି। ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share