Posted inଜାତୀୟ

ହାଇଦ୍ରାବାଦ ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୫ଲକ୍ଷ ସହାୟତା ରାଶି ଘୋଷଣା

ହାଇଦ୍ରାବାଦ,୧୭।୩: ହାଇଦ୍ରାବାଦ ସିକନ୍ଦରାବାଦରେ ଗୁରୁବାର ସନ୍ଧ୍ୟାରେ ଏକ ବହୁ ମହଲା କର୍ମସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୪ମହିଳାଙ୍କ ସମେତ ୬ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ହାଇଡ୍ରୋଲିକ କ୍ରେନ ସାହାଯ୍ୟରେ ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ଏହି ଦୁର୍ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଦଃଖ ପ୍ରକାଶ କରିଛନ୍ତି। ଉକ୍ତ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଆହତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କେସିଆର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ମୃତ ଓ ଆହତଙ୍କ ପରିବାରକୁ ସରକାର ସମସ୍ତ ସହାୟତା ଯୋଗାଇଦେବେ। ଏତଦ୍‌ ବ୍ୟତୀତ ଗ୍ରାଉଣ୍ଡ ସ୍ତରରେ ପରିସ୍ଥିତିକୁ ସମୀକ୍ଷା କରିବା ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କେସିଆର ଗୃହମନ୍ତ୍ରୀ ମହମୁଦ ଅଲି ଏବଂ ମନ୍ତ୍ରୀ ତଲସାନି ଶ୍ରୀନିବାସ ଯାଦବଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri