Categories: ଜାତୀୟ

୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍‌

ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍‌ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। କିଆ ମୋଟର୍ସ ଦ୍ୱାରା ନିର୍ମିତ ବିଳାସପୂର୍ଣ୍ଣ କାର କିଣିବା ପାଇଁ ସରକାରୀ ପାଣ୍ଠିରୁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ବଳାସପୂର୍ଣ୍ଣ କାର ପ୍ରଦାନ କରିଛନ୍ତି।

ତେବେ ରାଜ୍ୟରେ ମହାମାରୀ କାରଣରୁ ଆର୍ଥିକ ଅଭାବ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀଙ୍କୁ ଖୁସି କରିବାରେ ଲାଗଛନ୍ତି। ରାଜ୍ୟ ଉପରେ ୪ ଲକ୍ଷ କୋଟି ଟଙ୍କାର ଋଣ ଥିବାବେଳେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି।

Share