Posted inଜାତୀୟ

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ! ଜାତୀୟ ରାଜନୀତିରେ ହଲଚଲ

ହାଇଦ୍ରାବାଦ,୧୮।୮: କଂଗ୍ରେସକୁ ଲାଗିବ ବଡ଼ ଝଟ୍‌କା। କାରଣ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଅର୍ଥାତ୍‌ ରେବନ୍ଥ ରେଡ୍ଡୀ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଜାତୀୟ ରାଜନୀତିରେ ଚହଳ ପଡିଛି। ଖୋଦ୍‌ କଂଗ୍ରେସର ହେଭିଓ୍ବେଟ ନେତା ମଧ୍ୟ ଏନେଇ ସନ୍ଦେହ ଘେରରେ ଅଛନ୍ତି।

ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମା ରାଓ। ଏନେଇ ରେବନ୍ଥ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟି କଥା ହୋଇଛନ୍ତି ବୋଲି ସେ କହିଛନ୍ତି। ଆଉ ସେ ଖୁବ୍‌ଶୀଘ୍ର ଭାଜପାରେ ଯୋଗ ଦେବେ ବୋଲି ମଧ୍ୟ ଆଶ୍ୱସନା ଦେଇଛନ୍ତି। ରାମା ରାଓ କହିଛନ୍ତି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଖୁବ୍‌ ଶୀଘ୍ର ନିଜ ଟିମ୍‌ ସହ ଭାରତୀୟ ଜନତା ପାର୍ଟି ଯୋଗ ଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ଥଙ୍କର ଆଗାମୀ ରାଜନୈତିକ ଠିକଣା ଭାଜପା ଅଟେ। ଗଣମାଧ୍ୟକ ସହ ଏକ ଅନୌପଚାରିକ ସାକ୍ଷାତକାରରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିକଟରେ ନିଜର ଜଣେ ସହଯୋଗୀଙ୍କ ସହ ଏହି ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ସହଯୋଗୀଙ୍କ ସହ କଥାବାର୍ତ୍ତାବେଳେ ରେବନ୍ଥ କହିଛନ୍ତି, ତାଙ୍କର ଜନ୍ମ ଭାଜପାରେ ହୋଇଛି ଆଉ ତାଙ୍କର ରାଜନୈତିକ ଯାତ୍ରା ସେ ଭାଜପାରେ ହିଁ ଶେଷ କରିବେ।

ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ ଆହୁରି କହିଛନ୍ତି, ଭାଜପାରେ ସାମିଲ୍‌ ହେବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ଥ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ମୋଦିଙ୍କ ସହ ବାର୍ତ୍ତାଳପ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନେ ସେ ତାଙ୍କର ରାଜନୈତିକ ଯାତ୍ରା ଏବିଭିପିରୁ ଆରମ୍ଭ କରିଥିଲେ ଆଉ ଏହି ଯାତ୍ରା ଭଗଓ୍ବା ପତାକା ତଳେ ଶେଷ କରିବେ।

ସୂଚନାଥାଉ କି, ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଗତବର୍ଷ ଶପଥ ନେଇଛନ୍ତି। ବିଧାନସଭା ନିର୍ବାନରେ ୧୧୯ଟି ଆସନରୁ ୬୪ଟି ଜିତିବା ପରେ କଂଗ୍ରେସ ରେଭନ୍ଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି। ୨୦୧୭ରେ ତେଲୁଗୁ ଦେଶମ ପାର୍ଟି ଛାଡି ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୧ରେ ରାଜ୍ୟ କଂଗ୍ରେସର ସେ ସଭାପତି ହୋଇଥିଲେ। ୧୭ବର୍ଷର ରାଜନୈତିକ କ୍ୟାରିୟରରେ ସେ ଜିଲା ପରିଷଦର ସଦସ୍ୟ, ବିଧାୟକ, ଏମପି ହେବା ପରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?