Categories: ଜାତୀୟ

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ ତେଜପ୍ରତାପ ପଛରେ ଅଛନ୍ତି। ସେହିପରି ଏଲଜେପି ପ୍ରାର୍ଥୀ ମନୀଷ କୁମାର ତୃତୀୟ ସ୍ଥାନରେ ରହିଛନ୍ତି। ଜନ ଅଧିକାର ପାର୍ଟିର ଅରୁଣ ପ୍ରସାଦ ଯାଦବ ଚତୁର୍ଥ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୦ରେ ଏବଂ ୨୦୧୫ରେ ଏହି ଆସନରେ ଜେଡ଼ିୟୁ ପ୍ରାର୍ଥୀ ବିଜୟୀ ହୋଇଥିଲେ।

Share