Categories: ଜାତୀୟ

ଟ୍ରାକ୍ଟର ଚଲାଇଲେ ତେଜସ୍ବୀ ଯାଦବ

ପାଟନା,୨୫।୯: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୃଷି ବିଲ ବିରୋଧରେ ଏକ ଟ୍ରାକ୍ଟର ରାଲି ବାହାର କରିଛନ୍ତି। ଏହି ସମୟରେ ତେଜସ୍ବୀ ନିଜେ ଟ୍ରାକ୍ଟର ଚଲାଇ କୃଷି ବିଲ୍‌କୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ସରକାର ‘ଅନ୍ନାଦାତା’କୁ  ନିଧିଦାତା’ଙ୍କ ମାଧ୍ୟମରେ କାଠକଣ୍ଢେଇ କରିଦେଇଛନ୍ତି। କୃଷି ବିଲ କୃଷକ ବିରୋଧୀ। ସରକାର କହିଥିଲେ ଯେ, ୨୦୨୦ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବେ, କିନ୍ତୁ ଏହି ବିଲ ସେମାନଙ୍କୁ ଗରିବ କରିବ। କୃଷି କ୍ଷେତ୍ରକୁ କର୍ପୋରେଟକରଣ କରିଦିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଚାଷୀ ପାଇଁ ମୋଦି ସରକାର ଆଣିଥିବା ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ଭାରତୀୟ କିଷାନ ୟୁନିଅନ ସମେତ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ବନ୍ଦ ଡାକରା ଦେଇଛି। ୩୧ଟି ସଂସ୍ଥା ଏଥିରେ ଯୋଗ ଦେଉଛନ୍ତି। କଂଗ୍ରେସ, ଆରଜେଡି, ସମାଜବାଦି ପାର୍ଟି, ଅକାଳୀ ଦଳ, ଏଏପି, ଟିଏମସି ସମେତ ଅନେକ ଦଳ କୃଷକ ସଂଗଠନକୁ ସମର୍ଥନ ଦେଇଛି।

Share