Categories: ଜାତୀୟ

ଫ୍ଲପ୍‌ ହେଲା ତେଜସ୍ବୀ ଯାଦବଙ୍କ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା

ପାଟନା,୧୧ା୧୧: ବିହାର ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇଥିବା ତେଜସ୍ବୀ ଯାଦବ ପରାସ୍ତ ହୋଇଛନ୍ତି। ପ୍ରଚାର ମଇଦାନରେ ୧୦ ଲକ୍ଷ ଟଙ୍କାର ଚାକିରି ଦେବାକୁ ପ୍ରତିଜ୍ଞା କରିଥିଲେ ତେଜସ୍ବୀ। ମାତ୍ର ଜନତାଙ୍କ ଭରସା ପାଇଲା ନାହିଁ ଫଳରେ ତାଙ୍କ ଲକ୍ଷ୍ୟ ସଫଳ ହୋଇପାରିଲା ନାହିଁ।
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ଏଥିରେ ଆର୍‌ଜେଡି ଅଧ୍ୟକ୍ଷ ତେଜସ୍ବୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା ଇଚ୍ଛା ଫସର ଫାଟିଯାଇଛି। କାରଣ ପୁଣି ଥରେ ଜନସାଧାରଣ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମିଳିତ ମଞ୍ଚକୁ ବିଜୟୀ କରାଇଛନ୍ତି। ଫଳରେ ଜନସାଧାରଣଙ୍କ ନିକଟରେ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା କରିଥିବା ତେଜସ୍ବୀ ହାରିଯାଇଛନ୍ତି। ଏହା ପରେ ବିଭିନ୍ନ ରାଜନୈତିକ ମହଲରେ ଏନେଇ ନାନା ଚର୍ଚ୍ଚା ହେଉଛି। ତେଜସ୍ବୀଙ୍କ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା ସତେ ଯେମିତି ଫ୍ଲପ୍‌ ହୋଇଯାଇଛି ବୋଲି ଆଲୋଚନା ହେଉଛି।

Share