Categories: ଜାତୀୟ

ତେଜସ୍ବୀ-ତେଜପ୍ରତାପ ଅଟକ

ପାଟନା,୨୩।୩: ବିହାରରେ ବୃଦ୍ଧି ପାଉଥିବା ବେରୋଜଗାର ସମସ୍ୟା, ଦରଦାମ ତଥା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ହୋଇଛି। ଏଥିରେ ପୋଲିସ ପକ୍ଷରୁ ବାଧା ଦିଆଯିବା ସହିତ ଆରଜେଡି ସମର୍ଥକଙ୍କ ଉପରେ ପାଣି ବର୍ଷା କରାଯାଇଥିଲା। ତେବେ ଆରଜେଡି ସଦସ୍ୟମାନେ ପୋଲିସ ସହିତ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ବାଧ୍ୟ ହୋଇ ପୋଲିସ ଆନ୍ଦୋଳନର ନେତୃତ୍ୱ ନେଉଥିବା ତେଜସ୍ବୀ ଯାଦବ ଏବଂ ତେଜପ୍ରତାପ ଯାଦବଙ୍କୁ ପାଟନାର ଗାନ୍ଧୀ ମୈଦାନ ଥାନାରେ ଅଟକ ରଖିଛି। ଜିଲା ପ୍ରଶାସନର ବିନା ଅନୁମତିରେ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଧସ୍ତାଧସ୍ତିରେ କେତେକ ପୋଲିସ ଏବଂ ଆରଜେଡି ସମର୍ଥକ ଆହତ ହୋଇଛନ୍ତି।

Share