ଇଞ୍ଜିନିୟରରୁ ଅଭିନେତ୍ରୀ: ଖବରକାଗଜରେ ଫଟୋ ବାହାରିବା ପରେ ବଦଳି ଯାଇଥିଲା ଭାଗ୍ୟ…

ବମ୍ବେ: ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟର। ହେଲେ ବୃତ୍ତିଗତ ଭାବେ ପେସାରେ ଅଭିନେତ୍ରୀ। ଆମେ କହୁଛୁ ବିଗ୍‌ ବସ୍‌ ୧୫ ବିଜେତା ତେଜସ୍ବୀ ପ୍ରକାଶଙ୍କ କଥା। ଆଜି ଅର୍ଥାତ ଜୁନ ୧୦ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେଜସ୍ବୀଙ୍କ ଜନ୍ମ ଏକ ମରାଠି ପରିବାରରେ। ସେ ମୁମ୍ବାଇ ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେଶନରେ ଇଞ୍ଜିନିୟରିଂ ପଢ଼ା ଶେଷ କରିଛନ୍ତି।

୨୦୧୨ରେ ଲାଇଫ ଓକେରେ ପ୍ରସାରିତ ଶୋ’ ‘୨୬୧୨’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ‘ଧରୋହର ଅପନୋ କି, ସ୍ବରାଗୀଣୀ, ପହେରଦାର ପିୟା କି, ସିଲ୍‌ସିଲା ବଦଲତେ ରିସ୍ତୋକା, ସଙ୍ଗୀନୀ ଭଳି ଧାରାବାହିକରେ କାମ କରିଛନ୍ତି।
ସାଉଦି ଆରବରେ ଜନ୍ମିତ ତେଜସ୍ବୀ ଚାରି ବର୍ଷ ଯାଏ ଭାରତୀୟ ଶାସ୍ତ୍ରୀୟ ସଂଙ୍ଗୀତ ବିଷୟରେ ଟ୍ରେନିଂ ନେଇଛନ୍ତି। କଲେଜ ଦିନରୁ ସେ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେଉଥିଲେ। ଇଞ୍ଜିନିୟରିଂ କରିବା ପରେ ସେ କିଛି ଦିନ ଏହି ପେସାରେ କାମ କରିଥିଲେ। ଏହି ସମୟରେ ତାଙ୍କ ଫଟୋ ଖବରକାଗଜରେ ବାହାରିଥିଲା। ପରେ ତେଜସ୍ବୀ ‘ମୁମ୍ବାଇ ଫ୍ରେଶ ଫେସ୍‌’ ଜିତିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ଏବେ କରନ୍‌ କୁନ୍ଦ୍ରାଙ୍କୁ ଡେଟ୍‌ କରୁଛନ୍ତି। ଉଭୟ ବିଗ୍‌ ବସ୍‌ ଘରେ ପରସ୍ପରକୁ ଭେଟିଥିଲେ। ଏବେ ଏହି ଯୋଡ଼ି ଗୋଆରେ ଜନ୍ମଦିନ ପାଳନ କରିବାକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri