Categories: ଜାତୀୟ

‘ଏଇଟା କୋଉ ନୂଆ କଥା’, ଇଡିର ସମନ ପରେ ପ୍ରତିକ୍ରିୟା ରଖିଲେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ଜମି ବଦଳରେ ଚାକିରି ଦେବା ମାମଲାରେ ମଙ୍ଗଳବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଏନେଇ ସୋମବାର ତେଜସ୍ବୀଙ୍କୁ ସମନ ପଠାଇଛି। ତେବେ ଇଡିର ସମନ ପାଇବା ପରେ ତେଜସ୍ବୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି , ଇଡି ଡକାଇବା ଏଇଟା କୋଉ ନୂଆ କଥା। ମୁଁ ଜଣେ ଭାଜପା ନେତାଙ୍କୁ ଭେଟିଥିଲି ଏବଂ ସେ କହିଥିଲେ ଯେ ଏହି ଲୋକମାନେ ବହୁତ କିଛି କରିଛନ୍ତି। ଜନସାଧାରଣ ଏହା ଉପରେ ନଜର ରଖିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଏସବୁ ଜାରି ରହିବ।

ସେ ଆହୁରି କହିଛନ୍ତି ଯେ, ଆଜି ବିହାର ପାଇଁ ଏକ ଖୁସି ଖବର ଅଛି। ଶିକ୍ଷକ ପୁନଃସ୍ଥାପନ ସମ୍ବନ୍ଧରେ ଆମେ ନିୟମାବଳୀ ପାସ କରିଛୁ। ଯେଉଁ ଲୋକମାନେ ଏଥିରୁ ଚାକିରି ପାଇବେ ସେମାନେ ମଧ୍ୟ ରାଜ୍ୟ କର୍ମଚାରୀଙ୍କ ମାନ୍ୟତା ପାଇବେ। ପୂର୍ବରୁ ଶିକ୍ଷକମାନଙ୍କର ରାଜ୍ୟ କର୍ମଚାରୀଙ୍କ ମାନ୍ୟତା ନ ଥିଲା। ଆମେ ଚାକିରି ଦେଉଛୁ ଏବଂ ଏହି ଲୋକମାନେ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି।

Share