Categories: ଜାତୀୟ

ସମସ୍ତ ମହିଳା ତଥା ମୋ ମାଆଙ୍କର ଅପମାନ କରିଛନ୍ତି ନୀତୀଶ, ମୋଦିଙ୍କର ଅଛନ୍ତି ୬ ଭାଇ-ଭଉଣୀ: ତେଜସ୍ୱୀ

ପାଟନା,୨୭ ।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ହେଲେ ଏହାରି ଭିତରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଭିନ୍ନ ଦଳ କଥା ମାଧ୍ୟମରେ ପରସ୍ପରକୁ ଟାର୍ଗେଟ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହାଜିପୁରରେ ଏକ ରାଲିରେ ସମ୍ବୋଧନ କରିବା ଅବସରରେ କହିଛନ୍ତି, ଯେଉଁ ବ୍ୟକ୍ତି ଅର୍ଥାତ୍ ଲାଲୁ ପ୍ରସାଦ ଯାଦବଙ୍କ ଉଦ୍ଦେଶ୍ୟରେ ନୀତିଶ କହିଛନ୍ତି ୮-୯ ସନ୍ତାନ ପ୍ରସବ କରିଥିବା ବ୍ୟକ୍ତି ବିକାଶର କଥା କେମିତି ଚିନ୍ତା କରିପାରିବେ । ଏବେ ଏହାର ଜବାବ ରଖିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ । ତେଜସ୍ୱୀ କହିଛନ୍ତି କେଉଁଠି ନା କେଉଁଠି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କାରଣ ମୋଦି ହେଉଛନ୍ତି ୬ ଭାଇ-ଭଉଣୀ । ତେବେ ନୀତୀଶ କୁମାରଙ୍କ ଏଭଳି ବୟାନ ସମସ୍ତ ମହିଳା ତଥା ମୋ ମାଆଙ୍କ ଭାବନାକୁ ଆଘାତ ଦେଇଛି ବୋଲି ତେଜସ୍ୱୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ରୋଜଗାର ଓ ଗରିବି ଭଳି କଥାରୁ ଲୋକଙ୍କ ନଜର ହଟାଇବାକୁ ଏଭଳି ବୟାନ ଦେଇଥିବା ତେଜସ୍ୱୀ କହିଛନ୍ତି । ଏହାପରେ ବି ସେ ନୀତୀଶଙ୍କ କଥାକୁ ଆଶୀର୍ବାଦ ଭଳି ଗ୍ରହଣ କରିଥିବା କହିଛନ୍ତି ।

Share