Categories: ଜାତୀୟ

ଗୋଟିଏ ମଞ୍ଚରେ ନଜର ଆସିବେ ତେଜସ୍ବୀ-କହ୍ନେୟା!

ପାଟନା,୨୭।୮: ପାଖେଇ ଆସୁଛି ବିହାର ନିର୍ବାଚନ। ଏବେଠାରୁ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ବୁଧବାର ଆର୍‌ଜେଡି ସହ ବିହାର ବାମଦଳର ହୋଇଥିବା ବୈଠକରେ ସହମତି ପ୍ରକାଶ ପାଇଛି କି ଆର୍‌ଜେଡି, ସମସ୍ତ ବାମଦଳ ଓ ଅନ୍ୟ ଲୋକତାନ୍ତ୍ରିକ ଦଳ ଏକାଠି ମିଶି ନିର୍ବାଚନ ଲଢିବେ। ସମସ୍ତ ୨୪୩ ଆସନରେ ଏମାନେ ନିର୍ବାଚନ ଲଢିବେ। ବିହାର ବାମଦଳ ମହାମେଣ୍ଟ ସହ ସାମିଲ ହୋଇଥିବାରୁ ଏହା ବିହାର ବିଧାନସଭା ନିର୍ବାଚନ ପାଇଁ ଭଲ ଫଳ ଦେଇପାରେ। ରାଷ୍ଟ୍ରୀୟ ଜନତା ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏକାଠି ହେବାର ଅର୍ଥ ହେଉଛି ଏହାର ରାଜନୈତିକ ଫାଇଦା ବି ରହିଛି। ଏବେ ଆଲୋଚନା ହେଉଛି କି ଦୁଇ ଯୁବନେତା ତେଜସ୍ବୀ ଯାଦବ ଓ କହ୍ନେୟା କୁମାର ଗୋଟିଏ ମଞ୍ଚକୁ ଆସିବେ। ଏହି ଦୁଇ ନେତା ପରସ୍ପରକୁ କେବେ ଦୋଷାରୋପ କରି ନ ଥିବା ବେଳେ କହ୍ନେୟା କୁମାର ସର୍ବଦା କେନ୍ଦ୍ରର ମୋଦି ସରକାର ଓ ତେଜସ୍ବୀ ସବୁବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥାଆନ୍ତି। ତେଣୁ ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି କି ଦୁଇନେତା ମିଶିଲେ ଏକ ଶକ୍ତ ରାଜନୀତି ହେବ ଓ ଏମାନେ ସଫଳ ହୋଇପାରନ୍ତି।

Share