Categories: ଜାତୀୟ

ତେଜସ୍ବୀ ସୂର୍ଯ୍ୟା ଭୁଲ୍‌ରେ ଏମର୍ଜେନ୍ସି ଡୋର୍‌ ଖୋଲିଥିଲେ: ସିନ୍ଧିଆ

ନୂଆଦିଲ୍ଲୀ,୧୯।୧: ଚେନ୍ନାଇ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ପ୍ରସ୍ଥାନ ଦ୍ୱାର ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ଖୋଲିଥିବା ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ତେଜସ୍ବୀ ଭୁଲ୍‌ବଶତଃ ବିମାନ ଡୋର୍‌ ଖୋଲି ଦେଇଥିବାବେଳେ ଏ ନେଇ ସେ କ୍ଷମା ମାଗିଥିବା ସିନ୍ଧିଆ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ମନ୍ତ୍ରଣାଳୟ ପକ୍ଷରୁ ତେଜସ୍ବୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ।

ଗତ ଡିସେମ୍ବର ୧୦ ତାରିଖରେ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଦ୍ୱାରକୁ ଖୋଲିଦିଆଯିବାରୁ ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡୋର ଖୋଲିଥିବା ଯାତ୍ରୀ ଜଣକ ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନ ମଣ୍ଡଳୀର ଏମ୍‌ପି ତେଜସ୍ବୀ କି ନୁହନ୍ତି, ତାହା ଡିଜିସିଏ ଅଧିକାରୀମାନେ ସ୍ପଷ୍ଟ କରି ନ ଥିବାବେଳେ ତେଜସ୍ବୀ ଡୋର ଖୋଲିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ।

Share