ଆଜିଠୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର ସମସ୍ତ ରେକ୍‌ରେ ତେଜସ୍‌ କୋଚ୍‌

ଭୁବନେଶ୍ୱର,୩୦।୮: ଅଗଷ୍ଟ ୩୦ରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍‌ ତେଜସ୍‌ କୋଚ୍‌ ସହ ଚଳାଚଳ କରିବ। ରାଜଧାନୀ ଏକ୍ସପ୍ରେସରେ ଉନ୍ନତ ଟ୍ରେନ୍‌ ଯାତ୍ରା ଅଭିଜ୍ଞତା ପାଇଁ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଗତ ୧୯ତାରିଖରୁ ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ର କିଛି କୋଚ୍‌ ଲାଗି ଭୁବନେଶ୍ୱର ରେଳ ଷ୍ଟେଶନରୁ ସମ୍ବଲପୁର ମାର୍ଗ ଦେଇ ନିୟମିତ ଚଳାଚଳ କରୁଥିବାବେଳେ ବୁଧବାରଠାରୁ ସମସ୍ତ ରେକ୍‌ ତେଜସ୍‌ କୋଚ୍‌ ସହ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି।
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ୧୪ତାରିଖରେ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ଭୁବନେଶ୍ୱର ରେଳ ଷ୍ଟେଶନଠାରୁ ତେଜସ୍‌ କୋଚ ସହ ଚଳାଚଳକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଥିଲେ। ବୁଧବାର ଏବଂ ରବିବାର ଭୁବନେଶ୍ୱରରୁ ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ୨୨୮୧୧/୨୨୮୧୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ତେଜସ୍‌ କୋଚ୍‌ ସହିତ ୩୦ ଅଗଷ୍ଟରୁ ଭୁବନେଶ୍ୱର ଠାରୁ ଏବଂ ନୂଆଦିଲ୍ଲୀରୁ ୧ ସେପ୍ଟେମ୍ବରରୁ ଚଳାଚଳ କରିବ।
ସେହିଭଳି ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ମଙ୍ଗଳବାର, ବୁଧବାର, ଗୁରୁବାର ଏବଂ ରବିବାର ନୂଆଦିଲ୍ଲୀରୁ ଛାଡୁଥିବା ୨୨୮୨୩/୨୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ତେଜସ୍‌ କୋଚ୍‌ ସହିତ ଉଭୟ ପାର୍ଶ୍ୱରୁ ୩୧ଅଗଷ୍ଟଠାରୁ ଚଳାଚଳ କରିବ।
ବର୍ତ୍ତମାନ ଭୁବନେଶ୍ୱରରୁ ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍‌ ରାଜଧାନୀ ଏକ୍ସପ୍ରେସ ଭାବେ ଚଳାଚଳ କରିବ। ତେଜସ୍‌ କୋଚ୍‌ଗୁଡ଼ିକରେ ଇଲେକ୍ଟ୍ରୋ-ନିଓମାଟିକ ସହାୟକ ହୋଇଥିବା ବ୍ରେକ୍‌ ଆଦି ସୁବିଧା ରହିଛି। ଏହା ଯାତ୍ରୀମାନଙ୍କୁ ଉନ୍ନତମାନର ଯାତ୍ରା ଉପଲବ୍ଧି ପ୍ରଦାନ କରାଇବାବେ ବିଶେଷ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ପ୍ରସ୍ତୁତି ଚୂଡ଼ାନ୍ତ: ୪ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର,୨ା୧(ବି.ଶଙ୍କର): ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ...

ପ୍ରବଳ ଥଣ୍‌ଡା ଓ କୁହୁଡି ଯୋଗୁ ସ୍କୁଲ-କଲେଜ ଛୁଟି ଘୋଷଣା, ମୁଖ୍ୟମନ୍ତ୍ରୀ ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ପାଇଁ ଜାନୁଆରୀ 5...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri