Categories: ଜାତୀୟ

ମାଆଙ୍କ ଆଶୀର୍ବାଦ ବିନା ଶକ୍ତି ପ୍ରଦର୍ଶନ କଲେ ଲାଲୁ ନନ୍ଦନ

ପାଟନା,୧୧ ।୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଉପରେ ଖପ୍ପା ହୋଇଛନ୍ତି ।  ସେ ତାଙ୍କ ଭାଇ ତେଜସ୍ୱୀ ଯାଦବଙ୍କଠାରୁ ରାଜନୀତି ମଇଦାନରେ ସମ୍ପୂର୍ଣ୍ଣ ଅଲଗା ହେବାକୁ ଚାହୁଁଛନ୍ତି । ଏମିତିକି ତାଙ୍କ ବିବାଦର ସମାଧାନ ପାଇଁ ସେ ମା’ ରାବ୍ରି ଦେବୀଙ୍କ ସହୟତା ମଧ୍ୟ ଲୋଡି ନାହାନ୍ତି । ସୋମବାର ତେଜପ୍ରତାପ ଲୋକମାନ୍ୟ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତିରେ ପଦଯାତ୍ରାରେ ବାହାରିଛନ୍ତି । ପୂର୍ବରୁ ସେ କହିଥିଲେ କି ମା’ଙ୍କ ଆଶୀର୍ବାଦ ନେଇ ସେ ପଦଯାତ୍ରାରେ ବାହାରିବେ । ହେଲେ ଏବେ ବୋଧହୁଏ ସେ ମା’ଙ୍କ ଆଶୀର୍ବାଦ କଥା ଭୁଲି ଯାଇଛନ୍ତି । ସୂଚନାଯୋଗ୍ୟ, ରବିବାର ରାବ୍ରି ଦେବୀ ଦିଲ୍ଲୀରୁ ବିହାର ଫେରିଛନ୍ତି । ହେଲେ ସୋମବାର ତେଜ ପ୍ରତାପ ତାଙ୍କ ରାଲି ରାବ୍ରିଙ୍କ ଘର ସାମ୍ନା ଦେଇ ନେଇଥିବା ବେଳେ ମା’ଙ୍କ ଆଶୀର୍ବାଦ ନେଇ ନ ଥିବାରୁ ଏବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ସେ ଛାତ୍ର ଜନଶକ୍ତି ପରିଷଦ ପକ୍ଷରୁ ଗାନ୍ଧୀ ମଇଦାନ ସ୍ଥିତ ଜେପି ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପୁଣି ଜେପିଙ୍କ କଦମ କୁଆଁ ସ୍ଥିତ ଘର ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଯାଇଥିଲେ ।

Share