Categories: ଜାତୀୟ

‘ହନିମୁନ୍ ପଲିଟିକ୍ସ’ ବୟାନକୁ ନେଇ କାହିଁକି ରାଗୁଛନ୍ତି ତେଜପ୍ରତାପ

ପାଟନା,୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝି ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦେଇଥିବା ‘ହନିମୁନ’ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ତେଜସ୍ୱୀଙ୍କ ବଡ ଭାଇ ତେଜପ୍ରତାପ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାବସ୍ଥାର ଯତ୍ନ ନେବାକୁ ଉପଦେଶ ଦେବା ସହ ପୋଲ୍ ଖୋଲିଦେବାକୁ ଧମକ ଦେଇଛନ୍ତି । ଏହାସହ ତେଜପ୍ରତାପ କହିଛନ୍ତି ମାଂଝି ପଡିଶା ଘରେ ରହୁଥିଲେ । ଆଉ ସେଠାରେ କ’ଣ ସବୁ ହେଉଥିଲା ତାହା ଆମକୁ ଜଣାଅଛି । ସୂଚନାଯୋଗ୍ୟ, ନିକଟରେ ଜିତନରାମ ମାଂଝି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଓ ଏଲ୍‌ଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନଙ୍କୁ ନେଇ ‘ହନିମୁନ’ ବାଲା ବୟାନ ଦେଇଥିଲେ । ମାଂଝି କହିଥିଲେ ଯେବେବି ଦେଶ ବା ବିହାରରେ କୌଣସି ପ୍ରକାର ସଙ୍କଟ ଦେଖାଦିଏ ତେବେ ଏହି ୩ ନେତା ହନିମୁନରେ ଯାଇଥାଆନ୍ତି । ମାଂଝିଙ୍କ ଏହି ବୟାନକୁ ନେଇ ଏବେ ତେଜପ୍ରତାପ ପାଲଟା ଆକ୍ରମଣ କରିଛନ୍ତି । ତେଜପ୍ରତାପ କହିଛନ୍ତି ମାଂଝି ପଡ଼ିଶା ଘରେ ରହୁଥିଲେ । ସେଠାରେ କଣ କ’ଣ ହେଉଥିଲା ଓ ତାଙ୍କ ପୁଅଙ୍କର ପୋଲିସକର୍ମୀଙ୍କ ସାଙ୍ଗରେ ସମ୍ପର୍କ ଥିଲା ଇତ୍ୟାଦି । ତେଣୁ ଏବେ ମାଂଝି ବୃଦ୍ଧାବସ୍ଥାର ଯତ୍ନ ନିଅନ୍ତୁ ନହେଲେ ମୁଁ ସବୁ ପୋଲ୍ ଖୋଲିଦେବି ।

Share