Categories: ଜାତୀୟ

ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ

ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ବିଭେଦ ଥିବା ଦେଖାଯାଇଛି। ତେଜସ୍ବୀ ସଭାରେ କହିବା ଆରମ୍ଭ କରିବା ମାତ୍ରେ ତେଜ ପ୍ରତାପ ମଞ୍ଚରୁ ଉଠି ଚାଲିଯାଇଥିଲେ।
କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ତାଙ୍କ ଭାଷଣ ଦେଉଥିବାବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ମଧ୍ୟ ଲାଲୁଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। କିନ୍ତୁ ତେଜସ୍ବୀ କହିବା ଆରମ୍ଭ କରିବା ମାତ୍ରେ ତେଜ ପ୍ରତାପ ହଠାତ୍‌ ତାଙ୍କ ଚେୟାରରୁ ଉଠି ସଭା ଛାଡି ଚାଲିଯାଇଥିଲେ। ତେଲୁ ପ୍ରତାପ ଯାଦବ ମଞ୍ଚରୁ ଉଠୁଥିବା ଦେଖି ଲାଲୁ ପ୍ରସାଦ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନାଯୋଗ୍ୟ,ଲାଲୁ ପ୍ରସାଦ ଯାଦବ ତେଜସ୍ବୀଙ୍କୁ ଦଳର ଦାୟିତ୍ୱ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଏହାସହ ତାଙ୍କୁ ଖୁବଶୀଘ୍ର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଜାତୀୟ ସଭାପତି କରିବେ। ଏହି କାରଣରୁ ଉଭୟ ତେଜସ୍ବୀ ଏବଂ ତେଜପ୍ରତାପଙ୍କୁ ମଧ୍ୟରେ କଳହ ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

Share