ଦାନ୍ତ କରିଥାଏ ଭବିଷ୍ୟବାଣୀ

ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଦାନ୍ତ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ। କେବଳ ଏହାକୁ ବୁଝିବା ଆବଶ୍ୟକ। ଜାଣିବା ଦାନ୍ତର ରହସ୍ୟ ବିଷୟରେ।
-କୁହାଯାଏ ଯଦି ଆମ ଦାନ୍ତର ମାଢ଼ି କଠିନ ଏବଂ ଲାଲ ଗୋଲାପୀ ରଙ୍ଗର ତେବେ ଏହା ଭଲ ସ୍ବାସ୍ଥ୍ୟ ଏବଂ ଭଲ ଭାଗ୍ୟର ସୂଚନା ଦେଇଥାଏ। ଏପରି ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।
-ଯେଉଁମାନଙ୍କ ଦାନ୍ତ ଧଳା ଏବଂ ଗୋଜିଆ ସେମାନେ ସୁଖୀ ହୋଇଥାନ୍ତି। ଏଥିସହ ସେମାନେ ଭାଗ୍ୟବାନ ହୋଇଥାନ୍ତି।
-ଡାଳିମ୍ବ ମଞ୍ଜି ପରି ଦାନ୍ତଥିବା ବ୍ୟକ୍ତିମାନେ ଭାଗ୍ୟବାନ ହୋଇଥାନ୍ତି।
-ସଫା ଏବଂ ସୁନ୍ଦର ଦାନ୍ତଥିବା ବ୍ୟକ୍ତିମାନେ ବହୁତ ଇମୋସନାଲ। ଅନ୍ୟମାନଙ୍କ ସହ ଏମାନେ ଶୀଘ୍ର ମିଶିପାରନ୍ତି।
-୩୨ଟି ଦାନ୍ତ ଥିବା ବ୍ୟକ୍ତି ସବୁବେଳେ ସତ କହିଥାନ୍ତି ଏବଂ ଏମାନେ ଭାଗ୍ୟବାନ ମଧ୍ୟ ଅଟନ୍ତି।
-୩୦ ଦାନ୍ତ ବିଶିଷ୍ଟ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ମଧ୍ୟବିତ ଅଟନ୍ତି।
-୨୯ ଟି ଦାନ୍ତ ଥିବା ବ୍ୟକ୍ତି ସବୁବେଳେ ଖୁସିରେ ରୁହନ୍ତି।
-୨୮ଟି ଦାନ୍ତଥିବା ବ୍ୟକ୍ତିଙ୍କ ଭାଗ୍ୟ ସେମାନଙ୍କ ସାଥ୍‌ ଦେଇ ନ ଥାଏ।
-୩୧ଟି ଦାନ୍ତ ଥିବା ବ୍ୟକ୍ତିମାନେ ଚତୁର ଅଟନ୍ତି। ଏମାନେ ଶୀଘ୍ର କାହାର କଥାକୁ ବିଶ୍ୱାସ କରନ୍ତି ନାହିଁ।