Categories: ଜାତୀୟ

ବସ୍‌ ଭିତରକୁ ଘୋଷାଡ଼ି ନେଇ ନାବାଳିକାଙ୍କୁ ବଳାତ୍କାର

ଭଦୋଦରା,୧୩।୧: ୧୬ ବର୍ଷୀୟା ନାବାଳିକାଙ୍କୁ ଏକ ଖାଲି ବିଳାଶପୂର୍ଣ୍ଣ ବସ୍‌ ଭିତରକୁ ଘୋଷାଡ଼ି ନେଇ ବଳାତ୍କାର କରାଯାଇଛି। ଗୁଜରାଟର ଭଦୋଦରା ସହରରେ ଏଭଳି ଘଟଣା ଘଟିଥିବା ସ୍ପଷ୍ଟ କରିଛି ପୋଲିସ।

ଘଟଣା ଘଟିଥିଲା ଜାନୁୟାରୀ ୨ ତାରିଖ ରାତିରେ ନ୍ୟୁ ଭିଆଇପି ଅଞ୍ଚଳରେ। ଏହି ଘଟଣାରେ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ଅପରାଧରେ ତାଙ୍କୁ ସହଯୋଗ କରିଥିବା ଦୁଇ ଜଣଙ୍କୁ ଖୋଜା ଚାଲିଛି।

ଆଦିବାସୀ ସମ୍ପ୍ରଦାୟର ୧୬ ବର୍ଷୀୟା ପୀଡ଼ିତାଙ୍କୁ ୨ ତାରିଖ ରାତି ୮ଟାରେ ବସ୍‌ ଭିତରକୁ ଘୋଷାଡ଼ି ନେଇ ମୁଖ୍ୟ ଅଭିଯୁକ୍ତ ବଳାତ୍କାର କରିଥିଲେ। ଏହି ଅପରାଧରେ ତାଙ୍କୁ ସାହାଯ୍ୟ କରିଥିଲେ ଦୁଇ ସହଯୋଗୀଙ୍କୁ ଖୋଜା ଚାଲିଛି। ଉକ୍ତ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ବଳପୂର୍ବକ ବସ୍‌ ଭିତରକୁ ଉଠାଇ ନେଇ ବାହାରୁ ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ବାହାରେ କିଛି ନ କହିବାକୁ ମୁଖ୍ୟ ଅଭିଯୁକ୍ତ ଧମକ ଦେଇଥିଲେ ବୋଲି ହାର୍ନି ଥାନା ଅଧିକାରୀ କହିଛନ୍ତି।

Share