Posted inଜାତୀୟ

ଭଉଣୀମାନଙ୍କ ଅଶ୍ଳୀଳ AI ଫଟୋ ଦେଖାଇ ବ୍ଲାକମେଲ, ଆତ୍ମହତ୍ୟା କଲେ ଭାଇ

ନୂଆଦିଲ୍ଲୀ,୨୭।୧୦: ହରିୟାଣାର ଫରିଦାବାଦ୍‌ର ବସେଲୱା କଲୋନୀରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ରାହୁଲ ଭାରତୀ ତାଙ୍କ ତିନି ଭଉଣୀଙ୍କ ଏଆଇ-ଜେନେରେଟେଡ୍ ଅଶ୍ଳୀଳ ଫଟୋ ଓ ଭିଡିଓ ବ୍ଲାକମେଲ ଦେଖି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଡିଏଭି କଲେଜର ଦ୍ୱିତୀୟ ବର୍ଷ ଛାତ୍ର ରାହୁଲଙ୍କୁ ୨୦,୦୦୦ ଟଙ୍କା ଦାବି କରି ସୋସିଆଲ ମିଡିଆରେ ଫଟୋ ଲିକ୍ କରିବାକୁ ଧମକ ଦେଇଥିଲେ।

ପରିବାରର ଅଭିଯୋଗ ଆଧାରରେ ପୋଲିସ ରାହୁଲଙ୍କ ବନ୍ଧୁ ସମେତ ଦୁଇଜଣଙ୍କ ବିରୋଧରେ ଏଫଆଇଆର ଦାୟର କରିଛି। ବ୍ଲାକମେଲ ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇଥିଲା। ରାହୁଲଙ୍କ ବାପା ମନୋଜ ଭାରତୀ ପୁଲିସକୁ କହିଛନ୍ତି ଯେ ପୁଅର ମୋବାଇଲ ହ୍ୟାକ୍ ହୋଇଯାଇଥିଲା। ଶୀଘ୍ର ହ୍ୱାଟ୍ସଆପ୍‌ରେ ରାହୁଲ ଓ ତାଙ୍କ ଭଉଣୀମାନଙ୍କର ମର୍ଫଡ୍ ନଗ୍ନ ଫଟୋ ଓ ଭିଡିଓ ଆସିବାକୁ ଲାଗିଥିଲା।

ମନୋଜ କହିଛନ୍ତି, ‘‘ଧମକର ଚାପରେ ପୁଅ ଅତ୍ୟନ୍ତ ଦୁଃଖୀ ହୋଇପଡ଼ିଥିଲା। ଗତ ୧୫ ଦିନ ମଧ୍ୟରେ ସେ ଖାଇବା ଛାଡ଼ିଦେଇଥିଲା, କାହା ସହିତ କଥା ହେଉ ନ ଥିଲା ଓ ରୁମରେ ଏକୁଟିଆ ରହୁଥିଲା।’’ ଶନିବାର ସନ୍ଧ୍ୟା ୭ଟାରେ ରାହୁଲ ସଲଫାସ୍ (କୀଟନାଶକ ଟାବଲେଟ୍) ଖାଇଥିଲେ। ଡାକ୍ତରଖାନା ନେବା ପରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।

ବିହାରର ସିଓ୍ୱାନ ଜିଲାର ମୂଳ ବାସିନ୍ଦା ଏହି ପରିବାର ପ୍ରାୟ ପାଞ୍ଚ ଦଶନ୍ଧି ଧରି ଫରିଦାବାଦ୍‌ରେ ରହୁଛନ୍ତି। ମନୋଜ ଡ୍ରାଇଭର ଭାବେ କାମ କରନ୍ତି; ରାହୁଲ ତାଙ୍କର ସାନ ପୁଅ ଥିଲେ। ତାଙ୍କର ଦୁଇ ବିବାହିତ ଓ ଜଣେ ଅବିବାହିତ ଝିଅ ଅଛନ୍ତି।

ହ୍ୱାଟ୍ସଆପ୍ ଚାଟ୍‌ରୁ ଜଣାପଡ଼ିଛି ଯେ ସାହିଲ ନାମକ ଜଣେ ଏଆଇ ଫଟୋ ଓ ଭିଡିଓ ପଠାଇ ଟଙ୍କା ଦାବି କରୁଥିଲା। ଶେଷ ଚାଟ୍‌ରେ ସେ ସୋସିଆଲ ମିଡିଆରେ ଲିକ୍ କରିବାକୁ ଧମକ ଦେଇ ଆତ୍ମହତ୍ୟା କରିବାକୁ ଉସ୍କାଇଥିଲା ଏବଂ ବିଷାକ୍ତ ପଦାର୍ଥ ବିଷୟରେ ପରାମର୍ଶ ଦେଇଥିଲା। ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ବନ୍ଧୁ ନୀରଜ ମଧ୍ୟ ଜଡ଼ିତ ଥିବା ସମ୍ଭାବନା ରହିଛି। ମୃତ୍ୟୁ ପୂର୍ବର ଶେଷ ଫୋନ୍ କଥା ନୀରଜଙ୍କ ସହ ହୋଇଥିଲା। ଉଭୟ ସାହିଲ ଓ ନୀରଜଙ୍କ ନାମ ଏଫଆଇଆରରେ ରହିଛି।ନ ଓଲ୍ଡ ଫରିଦାବାଦ୍ ଥାନା ଇନ୍‌ଚାର୍ଜ ବିଷ୍ଣୁ କୁମାର କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ଖୋଜାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri