ପ୍ରଯୁକ୍ତି ମାନବକୈନ୍ଦ୍ରିକ ହେଉ

ଜୋହାନ୍ସବର୍ଗ,୨୪ା୧୧: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ଲାଗି ଏକ ଗ୍ଲୋବାଲ କମ୍ପାକ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି୨୦ ସମିଟ୍‌ରେ ଆହ୍ବାନ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗୁଡ଼ିକ ଅର୍ଥକୈନ୍ଦ୍ରିକ ନ ହୋଇ ମାନବକୈନ୍ଦ୍ରିକ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି। ଗ୍ଲୋବାଲ କମ୍ପାକ୍ଟ ହେଉଛି ଏକ ଜାତିସଂଘ ଉପକ୍ରମ, ଯାହା ବ୍ୟବସାୟ କ୍ଷେତ୍ରରେ ମାନବାଧିକାର, ଶ୍ରମ, ପରିବେଶ, ଦୁର୍ନୀତି ନିବାରଣ ଆଦି ୧୦ଟି ସିଦ୍ଧାନ୍ତ ଭଳି ସ୍ଥାୟୀ ଏବଂ ସାମାଜିକ ଦାୟିତ୍ୱପୂର୍ଣ୍ଣ ନୀତି ଆପଣାଇବାକୁ ପ୍ରୋତ୍ସାହିତ କରିଥାଏ।
ଜି୨୦ ସମିଟ୍‌ର ତୃତୀୟ ଅଧିବେଶନରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିର ପ୍ରୟୋଗ ଜାତୀୟ ପରିବର୍ତ୍ତେ ବୈଶ୍ୱିକ ହେବା ଆବଶ୍ୟକ। ଏହା ବିଶିଷ୍ଟ ମଡେଲ ବଦଳରେ ମୁକ୍ତ ଉତ୍ସ ଉପରେ ଆଧାରିତ ହେବା ଉଚିତ। ଭାରତର ପ୍ରଯୁକ୍ତି ବ୍ୟବସ୍ଥାରେ ଏହି ଦୃଷ୍ଟିକୋଣକୁ ସନ୍ନିବେଶିତ କରାଯାଇଛି, ଯେଉଁଥିରୁ ଉଲ୍ଲେଖନୀୟ ଫାଇଦା ମିଳିଛି। ମହାକାଶ ପ୍ରଯୁକ୍ତି, ଏଆଇ କିମ୍ବା ଡିଜିଟାଲ ପେମେଣ୍ଟରେ ଏହା ବିଶ୍ୱର ନେତୃତ୍ୱ ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ‘ସମସ୍ତଙ୍କ ପାଇଁ ନିଷ୍ପକ୍ଷ ଓ ନିରପେକ୍ଷ ଭବିଷ୍ୟତ- ଗୁରୁତ୍ୱପୂର୍ଣ୍ଣ ଖଣିଜ, ଉତ୍କୃଷ୍ଟ କାର୍ଯ୍ୟ, କୃତ୍ରିମ ବୁଦ୍ଧିମତ୍ତା’ ଶୀର୍ଷକ ଉପରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଆଇ ଯେପରି ବିଶ୍ୱ ମଙ୍ଗଳ ପାଇଁ ବ୍ୟବହାର ହୁଏ ଏବଂ ଏହାର ଦୁରୁପଯୋଗକୁ ରୋକାଯାଏ, ଏନେଇ ଆମ ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ। ମାନବ ଜୀବନ, ସୁରକ୍ଷା, ସାର୍ବଜନିକ ବିଶ୍ୱାସ ଉପରେ ପ୍ରଭାବ ପକାଉଥିବା ଏଆଇ ବ୍ୟବସ୍ଥା ଉତ୍ତରଦାୟୀ ଏବଂ ଯାଞ୍ଚ ଯୋଗ୍ୟ ହେବା ଆବଶ୍ୟକ। ଏଆଇ ମାନବ ସାମର୍ଥ୍ୟକୁ ବଢ଼ାଇବା ଉଚିତ। ତେବେ ନିଷ୍ପତ୍ତି ନେବାର ବିକଳ୍ପ ଦାୟିତ୍ୱ ସବୁବେଳେ ଲୋକଙ୍କ ପାଖରେ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ସଂସ୍କାର ଆଉ ଇଚ୍ଛାଧୀନ ହୋଇ ରହିନାହିଁ ବରଂ ଜରୁରୀ ହୋଇପଡ଼ିଛି। ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ପରିବର୍ତ୍ତନ ପାଇଁ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ସ୍ପଷ୍ଟ ବାର୍ତ୍ତା ପଠାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ନେତୃବର୍ଗଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଗୋଟିଏ ସମୟ ଯେତେବେଳେ ବିଶ୍ୱ ଖଣ୍ଡିତ ଏବଂ ବିଭାଜିତ ପ୍ରତୀତ ହେଉଥାଏ, ସେତେବେଳେ ଆଇବିଏସ୍‌ଏ ଏକତା, ସହଯୋଗ ଓ ମାନବୀୟତାର ବାର୍ତ୍ତା ପ୍ରଦାନ କରିଥାଏ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?