ପୁରୁଣା ଏକ୍ସରେ ମେଶିନ କହି ରୋଗୀ ଫେରାଇ ଦେଉଛନ୍ତି ଟେକନିସିଆନ

ମୋହନା,୨୦ା୧୧(ମନ୍ମଥ ମିଶ୍ର)-ଗଜପତି ଜିଲା ମୋହନା ରାଜ୍ୟର ଦ୍ୱିତୀୟ ବୃହତ୍ତମ ବ୍ଲକ ରୂପେ ପରିଚିତ। ଏଠାରେ ସ୍ବାସ୍ଥ୍ୟସେବା ପାଇଁ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବ୍ଲକରେ ୩୯ଟି ପଞ୍ଚାୟତ ସମେତ କନ୍ଧମାଳ ଜିଲାର କେତେକ ପଞ୍ଚାୟତ ଅଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ଏଠାରେ ରୋଗୀଙ୍କ ପାଇଁ ଏକ୍ସରେ ମେଶିନ ରହିଛି। ମାତ୍ର ତାହା କାମରେ ଲଗୁନି। ଏଥିପାଇଁ ରୋଗୀ ବାହାରେ ଏକ୍ସରେ କରି ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ବ୍ରାହ୍ମଣୀ ଗାଁର ଅଶୋକ ସିଂ ତାଙ୍କ ଝିଅ ସୁଜ୍ଞାନୀ ସିଂ(୧୪)ଙ୍କ ମେରୁଦଣ୍ଡ ହାଡ଼ ଯନ୍ତ୍ରଣା ହେବାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ଝିଅର ମେରୁଦଣ୍ଡ ଏକ୍ସରେ କରିବା ପାଇଁ ଲେଖିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେଶିନ ଥିଲେ ମଧ୍ୟ ଏହାକୁ ଚଳାଇବାକୁ ରହିଥିବା ଟେକନିସଆନ ଏହା ପୁରୁଣା ମେଶିନ, ଫୋଟ ଭଲ ଆସିବନାହଁ କହି ଅଶୋକଙ୍କୁ ଫେରାଇ ଦେଇଥିଲେ। ସେ ବାଧ୍ୟ ହୋଇ ବାହାର କ୍ଲିନିକରେ ଏକ୍ସରେ କରିଥିଲେ। କେବଳ ଅଶୋକ ନୁହନ୍ତି ଦୂରଦରାନ୍ତରରୁ ଆସୁଥିବା ଏପରି ଅନେକ ରୋଗୀ ବାହାର କ୍ଲିନିକରେ ଏକ୍ସରେ କରି ଅଧିକ ଖର୍ଚ୍ଚନ୍ତ ହେଉଛନ୍ତି।
ପ୍ରକୃତରେ ଏକ୍ସରେ ମେଶିନ ପୁରୁଣା ନା ଟେକନିସିଆନ କାମ ବିଷୟରେ ଅନଭିଜ୍ଞ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମୁବାରକ ଅଲ୍ଲିଙ୍କୁ ପଚରବାରୁ ସେ କହିଲେ, ସେ ଏହାର ତଦନ୍ତ କରିବେ। ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। କାର୍ଯ୍ୟରତଏକ୍ସରେ ଟେକନିସିଅନ ଅଳକା କୁମାରୀ ପାଢ଼ୀଙ୍କୁ ପଚ଼ାରିବାରୁ ସେ କହିଲେ, ଏକ୍ସରେ ମେଶିନଟି ପୁରୁଣା ହେତୁ ଠିକ ଭାବେ ମେରୁଦଣ୍ଡ ଫଟୋ ଆସୁନଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri