ରିଲିଜ ହେଲା ବିଲ୍ଲି ବିଲ୍ଲି ଗୀତର ଟିଜର

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଏବେ ଦର୍ଶକଙ୍କୁ ଇଦ ଭେଟି ଦେବାକୁ ଯାଉଛନ୍ତି ଭାଇଜାନ । ଚଳିତ ବର୍ଷ ସଲମାନ ଇଦରେ ‘କିସି କା ଭାଇ କିସିକା ଜାନ’ ନେଇ ଆସୁଛନ୍ତି । ସୂଚନାଯୋଗ୍ୟ, କିଛି ବର୍ଷପରେ ସଲମାନ ପୁଣିଥରେ ଇଦରେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଏକ ମୁଭି । ଏବେ ଇଦରେ ସଲମାନଙ୍କ ଲେଉଟାଣିକୁ ନେଇ ତାଙ୍କ ପ୍ରଶଂସକ ଖୁବ୍ ଏକ୍ସାଇଟେଡ ଅଛନ୍ତି । ସଲମାନଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ଏକ ମଲ୍‌ଟି ଷ୍ଟାରର ମୁଭି । ସଲମାନ ଓ ପୂଜା ହେଗେଡେଙ୍କ ବ୍ୟତୀତ ଏଥିରେ ପଲକ ତିୱାରୀ, ଶହନାଜ ଗିଲ, ରାଘବ ଜୁୟଲ, ଜସ୍‌ସି ଗିଲ ଓ ସିଦ୍ଧାର୍ଥ ନିଗମଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ । ଏବେ ଏହି ମୁଭିର ନୂଆ ଗୀତ ବିଲ୍ଲି ବିଲ୍ଲି ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ସଲମାନ ଗୀତର ଟିଜର ଜାରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଲାଣି ।
ସଲମାନ ଖାଁ ୨୮ ଫେବୃୟାରୀରେ ସୂଚନା ଦେଇଥିଲେ କି ମୁଭି ‘କିସି କା ଭାଇ କିସି କା ଜାନ’ ମୁଭିର ଗୀତ ‘ବିଲ୍ଲି ବିଲ୍ଲି’ ଟିଜର ୧ ମାର୍ଚ୍ଚ ଦିନ ୧୨ଟାରେ ରିଲଜ ହେବ । ଏବେ ଏହା ରିଲିଜ୍ ହୋଇଯାଇଛି । ଏହି ଗୀତର ଟିଜରରେ ସଲମାନ ଖାଁ ଓ ପୂଜା ହେଗେଡେ ଦମଦାର ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏଥିରେ ଅନ୍ୟ ଷ୍ଟାରକାଷ୍ଟଙ୍କର ଝଲକ ବି ଦେଖିବାକୁ ମିଳିଛି । ତେବେ ବିଲ୍ଲି ବିଲ୍ଲି ଗୀତ ୨ ମାର୍ଚ୍ଚ ଅର୍ଥାତ୍ ଗୁରୁବାର ରିଲିଜ ହେବ ।

Share