ଆସିଲା ‘ବଚ୍ଚନ ପାଣ୍ଡେ’ ମୁଭିର ନୂଆ ଗୀତର ଟିଜର

ମୁମ୍ବାଇ: ଇଭିଲ ସଙ୍ଗ ‘ମାର ଖାଏଗା’ରେ ଦର୍ଶକଙ୍କ ସାମ୍ନାରେ ହିରୋ ଅକ୍ଷୟ କୁମାରଙ୍କୁ ‘ବଚ୍ଚନ ପାଣ୍ଡେ’ ଭୂମିକାରେ ଉପସ୍ଥାପନ କରାଯିବା ପରେ ନିର୍ମାତା ଏବେ ସାଜିଦ ନାଡିୟାଡୱାଲାଙ୍କ ବହୁ ପ୍ରତିକ୍ଷିତ ଆକ୍ସନ କମେଡିର ଦ୍ୱିତୀୟ ଗୀତ ‘ମେରି ଜାନ ମେରି ଜାନ’ ରିଳିଜ ହେବାକୁ ସଜବାଜ ହେଲାଣି ।
ଅକ୍ଷୟ କୁମାର ଓ କ୍ରିତି ସାନନଙ୍କ ଅଭିନୀତ ଏହି ଟ୍ରାକ ହୃଦୟ ଜିତି ନେବା ଭଳି ଭଳପାଇବା ସହ ଯୋଡିଙ୍କ ଇଲେକ୍ଟ୍ରିକ କେମେଷ୍ଟ୍ରି ପୁଣି ଭୋକାଲ ପୂର୍ଣ୍ଣ ଭଲପାଇବା ଦେଖିବାକୁ ମିଳିବ । ଏହି ଗୀତଟିକୁ ବି ପ୍ରାକ ଦ୍ୱାରା ଗାଇଥିବା ବେଳେ ଜାନି ଦ୍ୱାରା ରଚିତ ଏହି ମଧୁର ଲଭ ସଙ୍ଗ, ରାଜସ୍ଥାନର ରୁସମ୍ୟ ସ୍ଥାନରେ ଶୁଟିଂ କରାଯାଇଛି । ଗଣେଶ ଆଚାର୍ଯ୍ୟ ଏହାର କୋରିଓଗ୍ରାଫି କରିଛନ୍ତି । ଗୀତ ‘ମେରି ଜାନ ମେରି ଜାନ’ ମାର୍ଚ୍ଚ ୧, ୨୦୨୨ରେ ରିଲିଜ୍ ହେବାର ଯୋଜନା କରାଯାଇଛି ।
ଫରହାନ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଥିବା ବେଳେ ଏହାକୁ ଜବରଦସ୍ତ ରେସପନ୍ସ ମିଳିଛି । ଏଥିରେ କ୍ରିତି ସାନନ, ଅରଶଦ ୱାରସି, ପଙ୍କଜ ତ୍ରିପାଠୀ, ସଞ୍ଜୟ ମିଶ୍ର, ଅଭିମନ୍ୟୁ ସିଂ ଓ ଜ୍ୟାକଲିନ ଫର୍ନାଡିଜଙ୍କ ଭଳି ପ୍ରତିଭାଶାଳୀ କଳାକାରଙ୍କୁ ଦେଖିବାକୁ ମିଳିବ । ଏବେ ଦର୍ଶକ ହୋଲି ପାଇଁ ପ୍ରସ୍ତତ ହୋଇଯିବା ଦରକାର । କାରଣ ସାଜିଦ ନାଡିୟାଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ମୁଭି ୧୮ ମାର୍ଚ୍ଚ ୨୦୨୨ରେ ଥିଏଟରରେ ରିଲିଜ୍ କରାଯିବ ।

Share