ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ସୁନୀଲ ଦତ୍ତଙ୍କ ଆଖିରେ ଆଜିଯାଇଥିଲା ଲୁହ: ନେଇଥିଲେ ବଜ୍ର ଶପଥ

ବଲିଉଡ୍‌ର ମହାନ ଅଭିନେତାଙ୍କ ମଧ୍ୟରୁ ସୁନୀଲ ଦତ୍ତ ଅନ୍ୟତମ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଥରେ ଫିଲ୍ମରେ ଏକ ଦୃଶ୍ୟ ଶୁଟିଂ ପାଇଁ ସୁନୀଲ ଦତ୍ତ ଝାଳ ବୁହାଉଥିଲେ। ଏହା ଦେଖି ନିର୍ଦ୍ଦେଶକ ତାଙ୍କୁ ଜୋରଦାର ଗାଳି ଦେଇଥିଲେ। ତା’ପରେ ଇଣ୍ଡଷ୍ଟ୍ରିର ମହାନ କଳାକାର ସୁନୀଲ ଏପରି ଶପଥ ନେଲେ ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ୧୯୫୫ ଚଳଚ୍ଚିତ୍ର ରେଲଓ୍ବେ ପ୍ଲାଟଫର୍ମରୁ ସୁନୀଲ ଦତ୍ତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଯାହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ସେହଗଲ। ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ସୁନୀଲ ଦତ୍ତ ଅଭିନୟ କରୁଥିଲେ। ପୁରା ସେଟ ଅପ ହୋଇଗଲା ଏବଂ ଦୃଶ୍ୟ ପ୍ରସ୍ତୁତ ହୋଇଗଲା। କିନ୍ତୁ ରୋଲ, କ୍ୟାମେରା ଏବଂ ଆକ୍ସନ ହେବା ମାତ୍ରେ ସୁନୀଲ ଦତ୍ତ ତାଙ୍କ ସ୍ଥାନରୁ ଆଗକୁ ଯାଇ ନ ଥିଲେ।
ତାଙ୍କର ଏହି କାର୍ଯ୍ୟ ହେତୁ, ପୁନର୍ବାର ଏକ ରିଟେକ ହେଲା ଏବଂ ନିର୍ଦ୍ଦେଶକ ଏହା ଦେଖି ବିରକ୍ତ ହେଲେ। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକ ରମେଶ ସେହଗାଲ ସୁନୀଲ ଦତ୍ତଙ୍କୁ ପାଟି କରି କହିଥିଲେ ଯେ ସେ କିପରି ମଣିଷ? କ’ଣ ଚିନ୍ତା କରିବାର ଅଛି? ନିର୍ଦ୍ଦେଶକଙ୍କ ପାଟିରୁ ଏହା ଶୁଣି ସୁନୀଲ ଦତ୍ତ ଅପମାନିତ ହେଲେ।
ନିର୍ଦ୍ଦେଶକଙ୍କ କଥା ଶୁଣିବା ପରେ ସୁନୀଲ ଦତ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ କାନ୍ଦି କାନ୍ଦି ନିଜ ମେକ ଇନ ରୁମ କୁ ଗଲା। ଏହା ପରେ ପରିସ୍ଥିତିକୁ ଅନୁଭବ କରି ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ମେକ ଇନ ରୁମ୍‌ରେ ପହଞ୍ଚି ତାଙ୍କୁ ବୁଝାଇଥିଲେ। ରମେଶ ସୁନୀଲଙ୍କୁ ବୁଝାଇ କହିଥିଲେ ମୁଁ ତୁମ ପିତାଙ୍କ ପରି। ପରେ ସୁନୀଲ ଶପଥ ନେଇଥିଲେ ଯେ ଯଦି ସେ ଭବିଷ୍ୟତରେ ନିର୍ଦ୍ଦେଶକ ହୁଅନ୍ତି ଏବଂ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦିଅନ୍ତି, ତେବେ ସେ ସେଟରେ କାହା ସହିତ ଏପରି ବ୍ୟବହାର କରିବେ ନାହିଁ। ଏହିପରି ଭାବରେ ତାଙ୍କର ଗୋଟିଏ ଶପଥ ବଲିଉଡର ଏକ ବଡ଼ କାହାଣୀ ହୋଇଗଲା। ପରେ ସୁନୀଲ ଦତ୍ତ ତାଙ୍କ ସମୟର ପ୍ରସିଦ୍ଧ କଳାକାର ନର୍ଗିସଙ୍କୁ ବିବାହ କରିଥିଲେ। ଉଭୟଙ୍କ ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri