Posted inଖେଳ

ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍‌ ପଛରେ ରହିଲେ, ଆମେ ଫାଇନାଲରେ…’

ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି କ୍ରମରେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ପିସିବି ଅଧ୍ୟକ୍ଷ ରମିଜ ରାଜା ଭାରତୀୟ ଟିମ ସହ ବିସିସିଆଇକୁ କଟାକ୍ଷ କରିଛନ୍ତି।

ପାକିସ୍ତାନ କ୍ରିକେଟ ଟିମର ଡ୍ରେସିଂ ରୁମ୍‌ରେ ପହଞ୍ଚି ରମିଜ କହିଛନ୍ତି, ବିଲିୟନ ଡଲାର ରୋଜଗାର କରୁଥିବା ଦଳଗୁଡ଼ିକ ପଛରେ ରହିଗଲେ ଏବଂ ଆମେ ଆଗରେ ପହଞ୍ଚିଛେ। କିଛି ଭଲ କାମ କରିଥିବାରୁ ଏଭଳି ହୋଇଛି। ଦଳ ପାଇଁ ଏହା ଜବରଦସ୍ତ ପ୍ରତ୍ୟାବର୍ତ୍ତନ ବୋଲି କହିପାରିବା। ଏଭଳି ପ୍ରଦର୍ଶନ ଉପରେ ଗର୍ବ ହେବା ଉଚିତ। ଏସବୁ ଏକତା ଯୋଗୁ ସମ୍ଭବ ହୋଇଛି।ଦଳରେ ଏକତା ଥିଲେ ପ୍ରଦର୍ଶନ ଭଲ ହୋଇଥାଏ। ଏଭଳି ଭାବେ ଆଗାମୀ ମ୍ୟାଚ୍‌ରେ ଯାହା ବି ହେବ ତାହା ଶତ ପ୍ରତିଶତ ଆମ ପାଇଁ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ରମିଜ ୧୯୯୨ରେ ପାକିସ୍ତାନର ବିଶ୍ୱକପ୍‌ ବିଜୟ ସ୍ମୃତିକୁ ମନେ ପକାଇ କହିଛନ୍ତି, ଏଭଳି ତୁମ କ୍ୟାରିୟରରେ ବାରମ୍ବାର ଘଟିବ ନାହିଁ। ମଇଦାନକୁ ଯାଇ ସେଠାର ସୁଯୋଗର ଫାଇଦା ଉଠାଇବ। ଅଧିକ କିଛି କରିବାର ଆବଶ୍ୟକତା ନାହିଁ। ମଇଦାନରେ ଶାନ୍ତ ସ୍ବଭାବ, ଆତ୍ମବିଶ୍ୱାସ ସହ ଖେଳିବାକୁ ଚେଷ୍ଟା କରିବ। ସମସ୍ତଙ୍କୁ ଶୁଭକାମନା ବୋଲି ସେ କହିଛନ୍ତି।

ତେବେ ରମିଜ ଭାରତୀୟ ଟିମ୍‌ର ନାଁ ନେଇ ନ ଥିଲେ ହେଁ ତାଙ୍କ କଥାର ମର୍ମ ବିସିସିଆଇ ଏବଂ ଟିମ୍‌ ଇଣ୍ଡିଆ ପାଇଁ ଥିଲା। କାହିଁକିନା ଦଳ ଆଇପିଏଲ୍‌ରୁ କୋଟି କୋଟି ଟଙ୍କା ରୋଜଗାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri