Posted inଖେଳ

ସମ୍ବଲପୁରକୁ ଦଳଗତ ଟାଇଟଲ

ସମ୍ବଲପୁର,୧୧ା୯ (ବି.ଶଙ୍କର): ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ଆକୂକୂଲ୍ୟରେ ୧୧ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୨୩ ରବିବାର ସମ୍ବଲପୁରରେ ସମ୍ପନ୍ନ ହୋଇଯାଇଛି। ସମ୍ବଲପୁର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଜିଲାକ୍ରୀଡା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଓ କ୍ରୀଡାସଙ୍ଗଠକ ସଂଗ୍ରାମ କେଶରୀ ସାହାଣୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। ସମ୍ବଲପୁରସ୍ଥିତ ଡାକ୍ତର ଝସକେତନ ସାହୁ ସନ୍ତରଣାଗାରଠାରେ ୫ରୁ ୮୦ ବର୍ଷ ବୟସ ମଧ୍ୟରେ ୧୮ଟି ବିଭାଗରେ ଇଭେଣ୍ଟ ହୋଇଥିଲା। ୫୦ମିଟର ଫ୍ରିଷ୍ଟାଇଲ, ବଟର ଫ୍ଳାଏ, ବେଷ୍ଟଷ୍ଟ୍ରୋକ ଓ ବ୍ୟାକ୍‌ ଷ୍ଟ୍ରୋକ ଇଭେଣ୍ଟରେ ପ୍ରତିଯୋଗୀମାନେ ଭାଗନେଇଥିଲେ।

ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା। ସେହିପରି ୩୫ ପ୍ରତିଯୋଗୀଙ୍କ ମଧ୍ୟରେ ୫୦ ଓ ୨୫ ମିଟର କିଟ ବୋଟ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାଗନେଇଥିବା ସମସ୍ତ ୩୫ଜଣଙ୍କୁ ଉତ୍ସାହିତ କରିବାକୁ ଟ୍ରଫି ଦିଆଯାଇଥିଲା। ସମ୍ବଲପୁର ଜିଲା ଦଳଗତ ଚାମ୍ପିୟନ ଓ ଭୁବନେଶ୍ୱରର କିଟ୍‌ ରନରଅପ୍‌ ଟ୍ରଫି ହାସଲ କରିଛି। ସମ୍ବଲପୁର ସମେତ ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ, ଭୁବନେଶ୍ୱର କିଟ୍‌, ପୁରୀ, ଗଞ୍ଜାମ, ରାୟଗଡା ଅଞ୍ଚଳରୁ ୩୭୬ ପ୍ରତିଯୋଗୀ ଭାଗନେଇଥିଲେ। ଓଡିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ସଭାପତି ପ୍ରେମରଞ୍ଜନ ପ୍ରଧାନଙ୍କ ପରିଳାନରେ ଉଦଘାଟନୀ ଉତ୍ସବ ହୋଇଥିଲା।

ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ନବିଶ ଭାରତୀୟ ପ୍ରଶାସନିକ ସେବା ସ୍ନେହା ଅରୁଗୁଲ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲା ଶାରୀରୀକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମ୍ପାଦକ ସୁନ୍ଦରମଣୀ ବାରିକ ପ୍ରତିଯୋଗିତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ ଓ ଶିକ୍ଷକ ଅସୀମ ପ୍ରଧାନ ପୁରସ୍କାର ବିତରଣୀରେ ସଂଯୋଜନା କରିଥିଲେ। କୋଷାଧ୍ୟକ୍ଷ ଅନୀଲ ବେରିହା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାକ୍ତନ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ, ଗଙ୍ଗା ଓରାମ, ଚିନ୍ତନ ନାଏକ ଇଭେଣ୍ଟ ପରିଚାଳନା କରିଥିଲେ। ସାହେବ ଖମାରୀ, ବଦ୍ରିନାରାୟଣ ପୁରୋହିତ, ରଙ୍କନିଧି ସେଟଙ୍କ ସମେତ ଆୟୋଜନ କ୍ଲବର ସଭ୍ୟାସଭ୍ୟ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri