ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ‘ଆର୍‌ଆର୍‌ଆର୍‌’ର ଟିମ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ସଫଳତା ପାଇଁ ପୁରା ଟିମ ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି । ରାଜାମୌଲି ଏବଂ ଅଭିନେତା ଫିଲ୍ମର ସଫଳତା ଏବଂ ଆଶୀର୍ବାଦ ପାଇଁ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିବା ଦେଖବାକୁ ମିଳିଛି।
ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେମାନେ ଗୋଲଡେନ ମନ୍ଦିର ସମ୍ମୁଖରେ ଠିଆ ହୋଇଛନ୍ତି।ଫଟୋରେ ନିର୍ଦ୍ଦେଶକ ଏବଂ ଅଭିନେତା ଧଳା କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି ଏବଂ ମନ୍ଦିର ପରିସରରେ ସେମାନଙ୍କର ରୀତିନୀତି ସମ୍ପର୍ଣ୍ଣ ହେବା ପରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଥିବାର ନଜର ଆସିଛନ୍ତି ।

Share