ରିୟା, ମିରାଣ୍ଡାଙ୍କ ଘରେ ଏନ୍‌ସିବି ଟିମ୍‌ର ଚଢ଼ାଉ: ଜବତ କରିନେଲେ..

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ଲାଗିଛି। ଗୋଟିଏ ପଟେ ସିବିଆଇ ତଦନ୍ତ ଭାର ନେଇଥିବା ବେଳେ ଇଡି ଏବଂ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଧ୍ୟ ଯାଞ୍ଚରେ ଲାଗିଛନ୍ତି। ଏହି କ୍ରମରେ ଶୁକ୍ରବାର ଏନ୍‌ସିବିର ଏକ ଟିମ୍‌ ମୁମ୍ବାଇସ୍ଥିତ ରିୟା ଚକ୍ରବର୍ତ୍ତୀ ଏବଂ ସେମୁଏଲ ମିରାଣ୍ଡାଙ୍କ ଘରେ ଚଢ଼ାଉ କରିଛି। ମୁମ୍ବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି।

ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ଶୋଭିକ୍‌ ଚର୍କବର୍ତ୍ତୀ ଏବଂ ସେମୁଏଲ ମିରିଣ୍ଡାଙ୍କ ଘରେ ସର୍ଚ୍ଚ ଅପରେଶନ କରାଯାଇଛି। ୪ ଘଣ୍ଟା ଧରି ଚଢ଼ାଉ ଚାଲିଥିଲେ ହେଁ ତାଙ୍କ ଘରୁ ଡ୍ରଗ୍ସ ମିଳିନାହିଁ। ହେଲେ ଏନ୍‌ସିବି ଟିମ୍‌ ରିୟାଙ୍କ ଭାଇ ଶୋଭିକଙ୍କୁ ପଚରାଉଚରା କରିବା ପାଇଁ ସାଙ୍ଗରେ ନେଇ ଯାଇଛି। ଏହାଛଡ଼ା ରିୟାଙ୍କ ଘରର ସମସ୍ତ ଇଲେକ୍ଟ୍ରୋନିକ୍‌ ଉପକରଣକୁ ଜବତ କରି ନିଆଯାଇଛି। ସେଥିରେ ରିୟାଙ୍କ ଫୋନ୍‌, ଶୋଭିକଙ୍କ ଲ୍ୟାପ୍‌ଟପ୍‌ ସହ କିଛି କାଗଜପତ୍ର ମଧ୍ୟ ରହିଛି।

Share