Categories: ଖେଳ

କୋହଲିଙ୍କୁ ଜନ୍ମଦିନରେ ଏହି ଉପହାର ଦେବ କି ଟିମ୍‌ ଇଣ୍ଡିଆ

ଆବୁଧାବି,୫।୧୧: ଟି୨୦ ବିଶ୍ୱକପ୍‌ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ। ଅଙ୍କ ତାଲିକା ଦେଖିଲେ ଏହି ମ୍ୟାଚ୍‌ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ବଡ଼ ବ୍ୟବଧାନରେ ବିଜୟ ଉପରେ ଭାରତର ସେମିଫାଇନାଲରେ ପ୍ରବେଶର ସୁଯୋଗ ନିର୍ଭର କରିବ। ଅନ୍ୟପକ୍ଷେ ଶୁକ୍ରବାର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ ଥିବାରୁ ଦଳ ତାଙ୍କୁ ବିଜୟର ଉପହାର ଦେବାକୁ ଚାହିଁବ।

କହିରଖୁଛୁ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ପରାଜୟ ହେତୁ ରନ୍‌ରେଟ୍‌ ଖରାପ ରହିଛି। ଏଣୁ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ କର ବା ମର ମ୍ୟାଚ୍‌। ପାକିସ୍ତାନ ଲଗାତାର ୪ଟି ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ମଧ୍ୟ ଗ୍ରୁପ୍‌ ୨ରୁ ପହଞ୍ଚିବାର ସମ୍ଭାବନା ରହିଛି। ଯଦି ଦଳ ନାମିବିଆ ଏବଂ ଆଫଗାନିସ୍ତାନ ମଧ୍ୟରୁ ଗୋଟିଏରେ ହାରିଯାଏ ତେବେ ଭାରତ ସେମିଫାଇନାଲ ଖେଳିବାର ଆଶା ସୃଷ୍ଟି ହେବ ବୋଲି କହିପାରିବା।

Share