Posted inଖେଳ

୩୮ ଟେଷ୍ଟ, ୪୨ ଦିନିକିଆ, ୬୧ ଟି୨୦ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୮।୮ (ପି.ଟି.) : ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ରୁ ୨୦୨୭ ଆଗାମୀ ୫ ବର୍ଷର ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ରେ ୧୪୧ଟି ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହା ମଧ୍ୟରେ ୩୮ ଟେଷ୍ଟ, ୪୨ ଦିନିକିଆ ଓ ୬୧ଟି ଟି୨୦ ମ୍ୟାଚ ସାମିଲ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ପ୍ରକାଶ କରାଯାଇଛି। ତେଣୁ ଆଗାମୀ ୫ ବର୍ଷ ମଧ୍ୟରେ ସୀମିତ ଓଭର କ୍ରିକେଟ ଉପରେ ଗୁରୁତ୍ୱ ଦିଆ ଯାଉଥିବା ସ୍ପଷ୍ଟ ହୋଇଛି। ଦିନିକିଆ ଦ୍ୱିପାକ୍ଷିକ ସିରିଜ ହେବ, ମାତ୍ର ଏହା ୩ ମ୍ୟାଚ ମଧ୍ୟରେ ସୀମିତ ରହିବ। ଭାରତ ପାଇଁ ଆଗାମୀ ୫ ବର୍ଷ ବ୍ୟସ୍ତ କାର୍ଯ୍ୟସୂଚୀ ରହିଥିଲେ ହେଁ ରାଜନୈତିକ କାରଣ ଦୃଷ୍ଟିରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସିରିଜ ନାହିଁ।
ଆଇସିସିର ୧୨ ସଦସ୍ୟ ଦେଶ ମୋଟ ୭୭୭ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏହା ମଧ୍ୟରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୨୩ ଟି୨୦ ମ୍ୟାଚ ରହିବ। ଚଳିତ ୫ ବର୍ଷର ଏଫ୍‌ଟିପିରେ ମୋଟ ୬୯୪ଟି ମ୍ୟାଚ ରହିଛି। ଏଫ୍‌ଟିପି ମଧ୍ୟରେ ଆଗାମୀ ୨ଟି ଆଇସିସି ପୁରୁଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌, ଏକାଧିକ ଆଇସିସି ଇଭେଣ୍ଟ, ଦ୍ୱିପାକ୍ଷିକ ଏବଂ ତ୍ରିରାଷ୍ଟ୍ରୀୟ ସିରିଜ ସାମିଲ ରହିବ। ଟିମ୍‌ଇଣ୍ଡିଆ କଥା କହିବାକୁ ଗଲେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ପାରମ୍ପରିକଭାବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହୋଇଥାଏ। ମାତ୍ର ଏହା ଏବେ ୫ ଟେଷ୍ଟ ବିଶିଷ୍ଟ ହେବ। ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହା ବ୍ୟତୀତ ବ୍ରଡକାଷ୍ଟରଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟି୨୦ ଆଦି ସୀମିତ ଓଭର ସିରିଜ ମଧ୍ୟ ସାମିଲ ରହିବ। ଆଗାମୀ ୫ ବର୍ଷିଆ ଏଫ୍‌ଟିପି ଚକ୍ରରେ ଭାରତ ୨୦୨୩ ଜୁଲାଇ-ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତକରି ୨ ଟେଷ୍ଟ, ୩ ଦିନିକିଆ ଓ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୦୨୪ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଖେଳାଯିବ। ଚଳିତ ଏଫ୍‌ଟିପି ଚକ୍ର ଅନ୍ତର୍ଗତ କାର୍ଯ୍ୟସୂଚୀ ଅନୁସାରେ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ପାଇଁ ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ଆସି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ମାତ୍ର ଭାରତ ଯେତେବେଳେ ୨୦୨୪-୨୫ ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ସେତେବେଳେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବ। ୧୯୯୧ପରେ ଦୁଇ ଦେଶ ମଧ୍ୟରେ ପ୍ରଥମଥରପାଇଁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ୨୦୨୪ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରିବ।

୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ୨୭ଟି ମ୍ୟାଚ

ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ୨୦୨୩ ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ୱକପ ପୂର୍ବରୁ ଭାରତ ମୋଟ ୨୭ଟି ଏକଦିବସୀୟ ମ୍ୟାଚ ଖେଳିବ। ଗୁରୁବାର ଜିମ୍ବାଓ୍ବେ ବିପକ୍ଷ ସିରିଜରୁ ଏହା ଆରମ୍ଭ ହେବ। ଚଳିତ ଏଫ୍‌ଟିପି ମଧ୍ୟରେ ଜିମ୍ବାଓ୍ବେ ସମେତ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଘରୋଇ ଏବଂ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ବାହାର ଦିନିକିଆ ସିରିଜ ଖେଳିବ।

ଅଷ୍ଟ୍ରେଲିଆ ୪୦, ଇଂଲଣ୍ଡ ୪୩ଟି ଟେଷ୍ଟ ଖେଳିବ

ଆଗାମୀ ୫ ବର୍ଷର ଏଫ୍‌ଟିପି ମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଯଥାକ୍ରମେ ୪୦ ଓ ୪୩ଟି ଟେଷ୍ଟ ଖେଳିବେ। ଯାହାକି ଭାରତଠାରୁ ଅଳ୍ପକିଛି ଅଧିକ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ବିଜେତା ନ୍ୟୁଜିଲାଣ୍ଡ ଏହି ସମୟ ମଧ୍ୟରେ ୩୨ଟି, ଦକ୍ଷିଣ ଆଫ୍ରିକା ୨୯, ପାକିସ୍ତାନ ୨୭ ଏବଂ ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ୨୫ଟି ଲେଖାଏ ଟେଷ୍ଟ ଖେଳିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri