Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ ହେଲେ ଏହି ସିରିଜ ଜିତିବା ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାରତୀୟ ଦଳ କାହା ଉପରେ ନିର୍ଭର ନ କରି ଡବ୍ଲୁଟିସି ଫାଇନାଲକୁ ଯିବାକୁ ଚାହାଁନ୍ତି, ତା’ହେଲେ ଏହା ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିରେ ଅତି କମରେ ୪ଟି ମ୍ୟାଚ ଜିତିବାକୁ ପଡ଼ିବ। ଠିକ ଏହି ଚ୍ୟାଲେଜିଂ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛି।

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏକ ଭିଡିଓ ଜାରି କରିଛି। ଏଥିରେ ଭାରତୀୟ ଖେଳାଳି ଏବଂ କୋଚମାନେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଭାରତର ବୋଲିଂ କୋଚ ମର୍ନେ ମର୍କେଲ ଏବଂ ଉଭୟ ଆସିଷ୍ଟାଣ୍ଟ କୋଚ (ଅଭିଷେକ ନାୟାର ଏବଂ ରିଆନ ଟେନ୍‌ ଡୋସଚାଟେ) କହିଛନ୍ତି, ଅଷ୍ଟ୍ରେଲିଆ, ଆମେ ପହଞ୍ଚିଛୁ। ଅଭିଷେକ ନାୟାର କହିଛନ୍ତି, ଏଠାକୁ ଆସିବା ଏବଂ ଭଲ ଖେଳିବା ନିଜ ପାଇଁ ଏକ ଚ୍ୟାଲେଞ୍ଜ, କିନ୍ତୁ ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏଠାରେ ଖେଳିବାର ଅନେକ ଅଭିଜ୍ଞତା ରହିଛି। ତାଙ୍କ ଉପସ୍ଥିତି ସହିତ, ଯୁବ ଖେଳାଳିମାନେ ବହୁତ କିଛି ଶିଖିବେ। ବୋଲିଂ କୋଚ ମର୍ନେ ମର୍କେଲ ଆଜି ବର୍ଡର-ଗାଭାସ୍କର ଟ୍ରଫିକୁ ଚଳିତ ବର୍ଷର ଅନ୍ୟତମ ସ୍ବତନ୍ତ୍ର କ୍ରିକେଟ ଟୁର୍ନାମେଣ୍ଟ ବୋଲି କହିଛନ୍ତି।ସ୍‌

ଅଭିଷେକ ନାୟାର ମଧ୍ୟ ଏହି ଭିଡିଓରେ କହିଛନ୍ତି, କୋଚ ଗୌତମ ଗମ୍ଭୀର ସମସ୍ତଙ୍କ ସହ କଥାବାର୍ତ୍ତା କରି ସମସ୍ତ ଖେଳାଳିଙ୍କ ମନୋବଳ ବଢାଇବାକୁ ଚେଷ୍ଟା କରୁଛନ୍ତି। ଅଭ୍ୟାସ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୌତମ ଭାଇ ସମସ୍ତ ଖେଳାଳିଙ୍କ ସହ କଥା ହୋଇଥିଲେ। ରୋହିତ, ବିରାଟ ଏବଂ ଅଶ୍ୱିନ ମଧ୍ୟ ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଅଷ୍ଟ୍ରେଲିଆ ସିରିଜ ଶେଷ ହେବା ପରେ ସେମାନେ କିପରି ଭଲ କ୍ରିକେଟର ହୋଇଥାନ୍ତେ। ରିଆନ କହିଛନ୍ତି,ଲଗାତାର ଦୁଇଥର ବର୍ଡର-ଗାଭାସ୍କର ଟ୍ରଫି ଜିତିବା ଭାରତ ପାଇଁ ଗର୍ବର ବିଷୟ।

ପ୍ରଥମ ଟେଷ୍ଟ ମ୍ୟାଚ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ। ପର୍ଥ ପିଚ ଦ୍ରୁତ ବୋଲରମାନଙ୍କୁ ବହୁତ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି, ଯେଉଁଥିରେ ଏକ ଶକ୍ତିଶାଳୀ ବାଉନ୍ସ ଦେଖିବାକୁ ମିଳେ। ସୂଚନାଯୋଗ୍ୟ ଯେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଏବଂ ଜସପ୍ରୀତ ବୁମ୍‌ରା ତାଙ୍କ ସ୍ଥାନରେ ଅଧିନାୟିକତ୍ୱ ଗ୍ରହଣ କରୁଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri