Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ ହେଲେ ଏହି ସିରିଜ ଜିତିବା ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାରତୀୟ ଦଳ କାହା ଉପରେ ନିର୍ଭର ନ କରି ଡବ୍ଲୁଟିସି ଫାଇନାଲକୁ ଯିବାକୁ ଚାହାଁନ୍ତି, ତା’ହେଲେ ଏହା ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିରେ ଅତି କମରେ ୪ଟି ମ୍ୟାଚ ଜିତିବାକୁ ପଡ଼ିବ। ଠିକ ଏହି ଚ୍ୟାଲେଜିଂ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛି।

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏକ ଭିଡିଓ ଜାରି କରିଛି। ଏଥିରେ ଭାରତୀୟ ଖେଳାଳି ଏବଂ କୋଚମାନେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଭାରତର ବୋଲିଂ କୋଚ ମର୍ନେ ମର୍କେଲ ଏବଂ ଉଭୟ ଆସିଷ୍ଟାଣ୍ଟ କୋଚ (ଅଭିଷେକ ନାୟାର ଏବଂ ରିଆନ ଟେନ୍‌ ଡୋସଚାଟେ) କହିଛନ୍ତି, ଅଷ୍ଟ୍ରେଲିଆ, ଆମେ ପହଞ୍ଚିଛୁ। ଅଭିଷେକ ନାୟାର କହିଛନ୍ତି, ଏଠାକୁ ଆସିବା ଏବଂ ଭଲ ଖେଳିବା ନିଜ ପାଇଁ ଏକ ଚ୍ୟାଲେଞ୍ଜ, କିନ୍ତୁ ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏଠାରେ ଖେଳିବାର ଅନେକ ଅଭିଜ୍ଞତା ରହିଛି। ତାଙ୍କ ଉପସ୍ଥିତି ସହିତ, ଯୁବ ଖେଳାଳିମାନେ ବହୁତ କିଛି ଶିଖିବେ। ବୋଲିଂ କୋଚ ମର୍ନେ ମର୍କେଲ ଆଜି ବର୍ଡର-ଗାଭାସ୍କର ଟ୍ରଫିକୁ ଚଳିତ ବର୍ଷର ଅନ୍ୟତମ ସ୍ବତନ୍ତ୍ର କ୍ରିକେଟ ଟୁର୍ନାମେଣ୍ଟ ବୋଲି କହିଛନ୍ତି।ସ୍‌

ଅଭିଷେକ ନାୟାର ମଧ୍ୟ ଏହି ଭିଡିଓରେ କହିଛନ୍ତି, କୋଚ ଗୌତମ ଗମ୍ଭୀର ସମସ୍ତଙ୍କ ସହ କଥାବାର୍ତ୍ତା କରି ସମସ୍ତ ଖେଳାଳିଙ୍କ ମନୋବଳ ବଢାଇବାକୁ ଚେଷ୍ଟା କରୁଛନ୍ତି। ଅଭ୍ୟାସ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୌତମ ଭାଇ ସମସ୍ତ ଖେଳାଳିଙ୍କ ସହ କଥା ହୋଇଥିଲେ। ରୋହିତ, ବିରାଟ ଏବଂ ଅଶ୍ୱିନ ମଧ୍ୟ ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଅଷ୍ଟ୍ରେଲିଆ ସିରିଜ ଶେଷ ହେବା ପରେ ସେମାନେ କିପରି ଭଲ କ୍ରିକେଟର ହୋଇଥାନ୍ତେ। ରିଆନ କହିଛନ୍ତି,ଲଗାତାର ଦୁଇଥର ବର୍ଡର-ଗାଭାସ୍କର ଟ୍ରଫି ଜିତିବା ଭାରତ ପାଇଁ ଗର୍ବର ବିଷୟ।

ପ୍ରଥମ ଟେଷ୍ଟ ମ୍ୟାଚ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ। ପର୍ଥ ପିଚ ଦ୍ରୁତ ବୋଲରମାନଙ୍କୁ ବହୁତ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି, ଯେଉଁଥିରେ ଏକ ଶକ୍ତିଶାଳୀ ବାଉନ୍ସ ଦେଖିବାକୁ ମିଳେ। ସୂଚନାଯୋଗ୍ୟ ଯେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଏବଂ ଜସପ୍ରୀତ ବୁମ୍‌ରା ତାଙ୍କ ସ୍ଥାନରେ ଅଧିନାୟିକତ୍ୱ ଗ୍ରହଣ କରୁଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri