Categories: ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଡ଼ ଭୁଲ: ଟିମ୍‌ ଇଣ୍ଡିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ,୨୦।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ୍‌। ଜାନୁୟାରୀ ୧୮ରେ ହାଇଦ୍ରାବାଦରେ ଦଳ ପ୍ରଥମ ଦିନିକିଆ ଖେଳି ୧୨ ରନ୍‌ରେ ବିଜେତା ହୋଇଥିଲା । ହେଲେ ଏହି ମ୍ୟାଚ୍‌ରେ ଏକ ଭୁଲ୍‌ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ସେଇଟି ଥିଲା ସ୍ଲୋ ଓଭର ରେଟ୍‌। ଅର୍ଥାତ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ସମୟରେ ୩ ଓଭର ହ୍ରାସ କରିଥିଲା। ଏହି କାରଣରୁ ଏବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦଳ ଉପରେ ଜରିମାନା ଲଗାଇଛି।

ସ୍ଲୋ ଓଭର୍‌ ରେଟ୍‌ ନିୟମାନୁଯାୟୀ ଏବେ ଭାରତୀୟ ଟିମ୍‌କୁ ମ୍ୟାଚ୍‌ ଫିସ୍‌(ଦେୟ)ର ୬୦% ଜରିମାନା ଦେବାକୁ ପଡ଼ିବ। ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଦଳର ଖେଳାଳିଙ୍କୁ ପ୍ରତି ଓଭର ଲାଗି ଜରିମାନା(୨୦ ପ୍ରତିଶତ) ଦେବାକୁ ପଡ଼ିଥାଏ। ଦଳ ୩ ଓଭର ନିର୍ଦ୍ଧାରିତ ସମୟରେ କରି ନ ଥିବା ହେତୁ ଜରିମାନା ୬୦% ହୋଇଛି।

Share