Categories: ଖେଳ

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ ଗୁରୁବାର ମୁମ୍ବାଇ ବିମାନବନ୍ଦରରେ ରାଜସ୍ବ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଅଟକାଇଥିଲେ। ଅଜ୍ଞାତ ସୁନା ଏବଂ କିଛି ମୂଲ୍ୟବାନ ସାମଗ୍ରୀ ଥିବା ସନ୍ଦେହରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ବିମାନବନ୍ଦରରେ ଅଟକାଇ ପଚରାଉଚରା କରାଯାଇଥିଲା। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଅଂଶଗ୍ରହଣ କରି ଦୁବାଇରୁ ମୁମ୍ବାଇ ଫେରୁଥିଲେ। କ୍ରୁନାଲ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଅଂଶ। ସେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ। ଆଇପିଏଲରେ ଏହି ଦୁଇ ଭାଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳନ୍ତି। ନଭେମ୍ବର ୧୦ରେ ଦୁବାଇରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗର ଅନ୍ତିମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ରେକର୍ଡ ୫ମ ଥର ପାଇଁ ଟାଇଟଲ ହାସଲ କରିଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ରୁନାଲ ପାଣ୍ଡ୍ୟା ୭୧ଟି ମ୍ୟାଚ ଖେଳିଛନ୍ତି। ସେ ଆଇପିଏଲ ୨୦୧୭ର ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ଥିଲେ।

Share