Categories: ଖେଳ

ମ୍ୟାଚ୍‌ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍‌ କଲେ ଟିମ୍‌ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…

ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ ବିସିସିଆଇ ଏହାର ଆକାଉଣ୍ଟରେ ଶେୟାର କରିଛି।

ଭାରତୀୟ ବ୍ୟାଟ୍ସମ୍ୟାନ କେ ଏଲ୍‌ ରାହୁଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଦୀପାବଳି ପର୍ବ ପାଳନ କରିଥିବାର ଫଟୋ ଶେୟାର କରିଛନ୍ତି। ଏଥିରେ ପୁରା ଟିମ୍‌କୁ ଦେଖିବାକୁ ମିଳିଛି। ସେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଆମ ତରଫରୁ ଆପଣ ସମସ୍ତଙ୍କୁ ହାପି ଦିଓ୍ବାଲି ବୋଲି ଲେଖିଛନ୍ତି।

ଦେଖନ୍ତୁ ଭିଡିଓ:

Share